ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଶ୍ରାବଣ ମାସ ଶେଷ ସୋମବାର,ଜଳଲାଗି ବିଭିନ୍ନ ଶୈବପୀଠରେ ପ୍ରବଳ ଭିଡ ଦେଖିବାକୁ ମିଳିଛି I ଭୁବନେଶ୍ୱରର ବାବା ଲିଙ୍ଗରାଜଙ୍କ ପୀଠ କୁହନ୍ତୁ ବା ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠ ସବୁଠି ଗହଳି I ଶ୍ରାବଣ ଶେଷ ସୋମବାରରେ ପ୍ରବଳ ବୋଲବମ ଭକ୍ତ ଜଳଲାଗି କରିଛନ୍ତି I ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ମାନେ ମଧ୍ୟ ଶ୍ରୀଲୋକନାଥଙ୍କ ଦର୍ଶନ କରିଛନ୍ତି I ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି I ଆଜି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା I