ପୁରୀ ( ବିପ୍ଲବୀ ପରିକ୍ରମା ):- ଆଜି ହେବ ମହାପ୍ରଭୁଙ୍କ ସୁନାବେଶ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି । ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଠାକୁରଙ୍କ ହେବ ସୁନାବେଶ । ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଅଗଣତି ଭକ୍ତ । ରଥ ଉପରେ ମଧ୍ୟାହ୍ନ ଧୂପ, ମଇଲମ ନୀତି ହେବ । ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ପରେ ସୁନାବେଶ ଆରମ୍ଭ ହେବ ।ବର୍ଷକୁ ୪ଥର ମହାପ୍ରଭୁଙ୍କର ସୁନାବେଶ ଧାରଣ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିବା ବେଳେ ବାହୁଡ଼ା ଯାତ୍ରାର ଅନ୍ତିମ ଦିନ ବଡଦାଣ୍ଡରେ ରଥ ଉପରେ ହିଁ ଶ୍ରୀବିଗ୍ରହଙ୍କ ସୁନାବେଶ ହୋଇଥାଏ । ଭଗବାନଙ୍କ ସୁନାବେଶରେ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନେ ଅଳଙ୍କୃତ ହୋଇଥାନ୍ତି ।