ଆଜି ପବିତ୍ର ମକର ସଙ୍କରାନ୍ତି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ହିନ୍ଦୁ ଧର୍ମ ଓ ପରମ୍ପରାର ମହାନ ପର୍ବ ହେଉଛି ମକର ସଂକ୍ରାନ୍ତି। ଉତ୍ତର ଓଡ଼ିଶାରେ ଗଣପର୍ବ ଭାବରେ ପାଳନ କରାଯାଇଥାଏ। ଏହିଦିନ ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହେବା ସହିତ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତିରେ ଗୁଡି ଉଡେଇବାର ପରମ୍ପରା ରହିଛି। ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପରମ୍ପରା ଆଜି ବା କାଲିର ନୁହେଁ। କାହିଁ କେଉଁ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି। ହେଲେ ଏହି ଦିନ କଣପାଇଁ ଗୁଡି ଉଡାଯାଇଥାଏ ଆସନ୍ତୁ ଜାଣିବା ଏହା ପଛର ପୌରାଣିକ ରହସ୍ୟ।

 

ପୌରାଣିକ ମତ ଅନୁଯାୟୀ ଭଗବାନ ଶ୍ରୀ ରାମଚନ୍ଦ୍ର ମକର ସଂକ୍ରାନ୍ତିରେ ଗୁଡି ଉଡାଇଥିଲେ। ସେହି ଗୁଡି ଇନ୍ଦ୍ରଲୋକରେ ପହଞ୍ଚିଥିଲା ବୋଲି ତାମିଲର ତନ୍ଦନାନ୍ ରାମାୟଣରେ ଉଲ୍ଲେଖ ରହିଛି। କୁହାଯାଏ ସେହି କାଳରୁ ଗୁଡି ଉଡାଇବାର ପରମ୍ପରା ଆରମ୍ଭ ହୋଇଛି। ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳେଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ ହୋଇ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହି ଭୋଗକୁ ‘ମକର ଚାଉଳ’ ବୋଲି କୁହାଯାଏ। ଏହି ଭୋଗ ପରସ୍ପରଙ୍କୁ ଖୁଆଇ ଲୋକେ ‘ମକର’ ବସନ୍ତି। ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ଦ୍ବାରା ମନ ଉତଫୁଲିତ ରହିବା ସହ ଶରୀରକୁ ଅନେକ ଲାଭ ମିଳିଥାଏ। ସକାଳର ସୂର୍ଯ୍ୟକିରଣରେ ଗୁଡି ଉଡାଇବା ଦ୍ବାରା ଶରୀରରେ ଶକ୍ତି ଉତ୍ପନ୍ନ ହୁଏ। ଏହା ସହ ଶରୀରକୁ ଭିଟାମିନ ଡି ମଧ୍ୟ ମିଳିଥାଏ। ସୂର୍ଯ୍ୟକିରଣ ଶରୀରରେ ପଡିବା ଦ୍ବାରା ଚର୍ମ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ। ଗୁଡିକୁ ମୁକ୍ତ, ଖୁସୀ ଓ ଶୁଭ ବାର୍ତ୍ତାର ପ୍ରତୀକ ବୋଲି କୁହାଯାଏ। କେତେକ ସ୍ଥାନରେ ଲୋକ ଏହି ଅବସରରେ ତ୍ରିରଙ୍ଗା ଗୁଡି ଉଡାଇଥାନ୍ତି। କୁହାଯାଏ ଯେ, ଗୁଡି ଉଡାଇବା ଦ୍ବାରା ମସ୍ତିଷ୍କ ସନ୍ତୁଳିତ ରହିବା ଦ୍ବାରା ହୃଦୟ ଉତଫୁଲିତ ରହିଥାଏ।

 

ଏହା ସହ ଗୁଡିକୁ ପ୍ରେମର ବାର୍ତ୍ତା ବୋଲି ମଧ୍ୟ କୁହାଯାଏ। ମକର ସଂକ୍ରାନ୍ତି ଦିନ ପିଲାମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ମେଳାର ଆୟୋଜନ କରାଯାଏ। ଏହି ଅବସରରେ ଲୋକେ ନାଚଗୀତ ମଧ୍ୟ କରିଥାନ୍ତି। ଏହି ଦିନ ପବିତ୍ର ନଦୀରେ ସ୍ନାନ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ମକର ସଂକ୍ରାନ୍ତି ଦିନ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି।

LEAVE A REPLY

Please enter your comment!
Please enter your name here