ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା l ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ତା’ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ l ଭାଇ ଭଉଣୀର ସମ୍ପର୍କକୁ ଦୁନିଆର ସବୁଠୁ ପବିତ୍ର ସଂପର୍କ ବୋଲି କୁହାଯାଏ । ଏହି ରାକ୍ଷୀ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ସ୍ନେହ ଓ ଭଲ ପାଇବାର ସାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ ।ତେବେ ଏହି ଦିନଟି ପାଇଁ ଭଉଣୀ ଟିଏ ତା ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଚାତକ ଭଳି ଅନେଇ ବସିଥାଏ । ରାକ୍ଷୀର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି । ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀର ସମ୍ଭାର ନେଇ ଖୋଲେ ଦୋକାନ ମାନ । ଆଉ ଭଳିକି ଭଳି ରାକ୍ଷୀ ହୁଏ ବିକ୍ରି । ଆଉ ଆଜି ଏନେଇ ଉତ୍ସବ ମୁଖର ହୋଇଉଠିଛି ଗାଁରୁ ସହର ।

ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ।ଆଉ ଭାଇ ତାର ସର୍ବଦା ରକ୍ଷା କବଚ ହେଇ ତା ସହିତ ଜୀବନ ଯୁଦ୍ଧରେ ରହିଥାଉ ବୋଲି ଭଉଣୀ କାମନା କରିଥାଏ । ଏହି ପର୍ବଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ସହ ମଧ୍ୟ ଜଡିତ ରକ୍ଷା ବନ୍ଧନ ପର୍ବ ।ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି । ସେହିଭଳି ପ୍ରତ୍ୟେକ ଭଉଣୀ ତା ଭାଇ ହାତରେ ବାନ୍ଧିଥାଏ ଏହି ସ୍ନେହର ଡୋରୀ । ଆଉ ଏହି ଡୋରୀ ସାଜିଥାଏ ଭଉଣୀ ପାଇଁ ରକ୍ଷା କବଚ ।

ଏହି ରାକ୍ଷୀ ବନ୍ଧନର ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ଗହ୍ମା ପୂର୍ଣ୍ଣିମା ଦିନଟି ଭଗବାନ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ । ଏହି ଦିନରେ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ଗୋମାତାଙ୍କୁ ମଧ୍ୟ ରାକ୍ଷୀ ବନ୍ଧାଯାଏ ।

LEAVE A REPLY

Please enter your comment!
Please enter your name here