ଆଜି ରସଗୋଲା ଦିବସ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ରସଗୋଲା ଦିବସ । ଓଡ଼ିଆ ରସଗୋଲାର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଭାବେ ପାଳନ ହେଉଛି ଏହି ରସଗୋଲା ଦିବସ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ ରହିଛି ଏହି ରସଗୋଲା । ନୀଳାଦ୍ରି ବିଜେରେ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ । ଏହି ପରମ୍ପରା ଅନୁଯାୟୀ ଓଡ଼ିଶାର ରସଗୋଲାକୁ ପ୍ରଚାର ପ୍ରସାର କରିବା ପାଇଁ ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ମହାପ୍ରଭୁଙ୍କ ମାନବୀୟ ଲୀଳାରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲାର ସମ୍ପୃକ୍ତି ଶେଷରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତାର ଅନ୍ୟତମ ପ୍ରମୁଖ ଆଧାର ପାଲଟିଥିଲା । ସଂସ୍କୃତି ପ୍ରେମୀ ଓ ଗବେଷକଙ୍କ ଉଦ୍ୟମରେ ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା । ରସଗୋଲାର ଭୌଗଳିକ ଉତ୍ପତ୍ତି ଯେ ଓଡ଼ିଶାର ଏହା ପ୍ରମାଣିତ ମଧ୍ୟ ହୋଇଥିଲା । ନବଦିନାତ୍ମକ ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ନେଇ ଶ୍ରୀଜଗନ୍ନାଥ ଯାଇନଥିବାରୁ ଅଭିମାନ କରିଥିଲେ ମା ଲକ୍ଷ୍ମୀ । ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ରସଗୋଲା ଭୋଗର ଉତ୍ପତ୍ତି ହୋଇଥିବା ଗବେଷକମାନେ ମତ ଦିଅନ୍ତି ।

LEAVE A REPLY

Please enter your comment!
Please enter your name here