ରାତି ପାହିଲେ ପହିଲି ରଜ,ଆଜି ହେଉଛି ସଜବାଜ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାତି ପାହିଲେ ପହିଲି ରଜ,ଆଜି ହେଉଛି ସଜବାଜ। ସ୍ନେହ ଶ୍ରଦ୍ଧା,ଭାଇଚାରା, ମଉଜ ମଜଲିଶ ଓଡ଼ିଆ ର ପର୍ବ ରଜ। ଗାଁ ଠୁଁ ସହର ସବୁଆଡେ ଉତ୍ସବର ମାହୋଲ ।ସବୁଠି ପିଠାପଣାର ପ୍ରସ୍ତୁତି। ଆରମ୍ଭ ହୋଇଯାଇଛି ରଜ କାର୍ୟ୍ୟକ୍ରମ।ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପର୍ୟ୍ୟନ୍ତ ଆରମ୍ଭ କରିଛନ୍ତି ରଜର ମାହୋଲ।ରାତି ପାହିଲେ ରଜ । ପ୍ରତି ଓଡିଆଙ୍କ ପାଇଁ ୫ ଦିନିଆ ପର୍ବ । ସଜବାଜ, ଖିଆପିଆ, ବୁଲାବୁଲି ଓ ମଜାମସ୍ତିରେ ସମୟ ବିତାଇବାର ମୁହୁର୍ତ । ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ । ଆଜି ହେଉଛି ସେଇ ସଜବାଜ ବା ରଜ ଉତ୍ସବର ଆଦ୍ୟ ପର୍ବ କହିଲେ ଚଳେ । କଟକ ଜିଲ୍ଲା ସାଲେପୁରର ବଟେଶ୍ୱରରେ ରଜ ପାଇଁ ଆଜିଠୁ ସଜେଇ ହେଲେଣି କୁମାରୀମାନେ ।

 

ପିଲାଠୁ ବୟସ୍କ, ସମସ୍ତ ରଜ ମଉଜରେ ସାମିଲ ହେବାକୁ ଏକାଠି ହୋଇଛନ୍ତି ରଜଖଳାରେ । କୁମାରୀମାନେ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ସଜେଇ ହୋଇଛନ୍ତି । କିଏ କାହାକୁ ମେହେନ୍ଦୀ ଲଗେଇ ଦେଉଛନ୍ତି ଆଉ କିଏ ପୁଣି ଗଭା ସଜେଇ, କୁଙ୍କୁମ ଲଗେଇ ଦେଉଛନ୍ତି । ଛୋଟ ଛୋଟ ପିଲାମାନେ ମାତିଛନ୍ତି ଖେଳକୁଦରେ । ସେହିଭଳି ବୟସ୍କ ବ୍ୟକ୍ତି ଓ ଯୁବକମାନେ ତାସ, ଚେସ୍ ଓ କ୍ୟାମେରା ଖେଳର ମଜା ଉଠାଉଛନ୍ତି । ନୂଆ ବସ୍ତ୍ର ପିନ୍ଧି, ପିଠାପଣା, ରଜପାନ ଖାଇ ଦୋଳି ଖେଳିବେ ସମସ୍ତେ । ସେଥିପାଇଁ ବିଭିନ୍ନ ପ୍ରକାର ଦୋଳୀ ସହ ରଜଖଳା ପ୍ରସ୍ତୁତ ହୋଇଗଲାଣି । ଖାସ କରି ବିବାହିତ ଝିଅ ଓ ଘର ଠାରୁ ଦୂରରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରିଛନ୍ତି । ଆଉ ସମସ୍ତ ମିଳିମିଶି ଏହି ଖୁସିର ପର୍ବକୁ ପାଳନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here