ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ହେଉଛି ପବିତ୍ର ସାମ୍ବ ଦଶମୀ । ଏହି ଅବସରରେ ଆଜି ସକାଳୁ ସକାଳୁ ମହିଳାମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହିତ ଅର୍ଘ୍ୟ ଅର୍ପଣ କରିଛନ୍ତି । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ମହିଳା ମାନେ ବାଇଗଣ ପତ୍ର ଉପରେ ପିଠା ଓ ମାନସୀକ ଭୋଗ ଅର୍ପଣ କରିଛନ୍ତି । ଶାମ୍ବଦଶମୀ ହେଉଛି ସୂର୍ଯ୍ୟ ଦେବତାଙ୍କ ପୂଜା । ଏହି ପୂଜାରେ ମହିଳାମାନେ ନିଜ ନିଜ ପିଲାମାନଙ୍କ ଶୁଭ ମନାସୀ ମାନସିକ କରିଥାନ୍ତି ।ଆଜି ଦିନରେ ବିଭିନ୍ନ ସ୍ଥାନରେ ବଳିପ୍ରଥା ମଧ୍ୟ ରହିଛି । ଶାମ୍ବ ଦଶମୀ ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୋଇଥାଏ । ଆଜିର ଦିନରେ ଘରେ ପିଠା ପଣା ମଧ୍ୟ କରାଯାଇଥାଏ । ବିଶେଷ କରି ଘଡଘଡିଆ ତରକାରୀ ପ୍ରସ୍ତୁତ କରାଯାଇଥାଏ ।
ଏହିଦିନ ସୂର୍ଯ୍ୟ ଙ୍କ ନିକଟରେ ମା ମାନେ ନିଜ ସନ୍ତାନର ଦୀର୍ଘ ଜୀବନ କାମନା ଓ ନିରୋଗୀ ରହିବାର କାମନା କରି ପୂଜା କରି ଥାଆନ୍ତି l ଶାମ୍ବ ଦଶମୀର କିମ୍ବଦନ୍ତୀ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ ଙ୍କ ସହିତ ଜଡିତ lକିମ୍ବଦନ୍ତୀ ଅନୁସାରେ ଶାମ୍ବ ଏକଦା କୁଷ୍ଠରୋଗ ଭଳି ଦୁରାରୋଗ ରେ ପୀଡିତ ଥିଲେ ଓ ତାଙ୍କ ମା ସୂର୍ଯ୍ୟଙ୍କୁ ୧୨ ବର୍ଷ କାଳ ପ୍ରାର୍ଥନା କରିବା ଦ୍ୱାରା ସାମ୍ବ ରୋଗରୁ ମୁକ୍ତି ପାଇଥିଲେ l କିଛି ଲୋକକଥା ଅନୁସାରେ ଶାମ୍ବ ନିଜ ରୋଗରୁ ମୁକ୍ତି ପାଇବା ଓଡ଼ିଶାର କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିରରେ ତପସ୍ୟା କରିଥିଲେ l ତେଣୁ ଓଡିଶା ରେ ଏହାକୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l
ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାର ରେ ମା ମାନେ ନିଜ ସନ୍ତାନ ମାନଙ୍କ ଦୀର୍ଘ ଜୀବନ କାମନା ଓ ନିରୋଗୀ ରହିବାର କାମନା କରି ପୂଜାର୍ଚନା କରି ଥାଆନ୍ତି l ପୌଷ ମାସ ଶୁକ୍ଲପକ୍ଷ ଦଶମୀ ତିଥିଟି ଗୋଟିଏ ଗୁରୁତ୍ୱପୂର୍ଣ ଦିନ ଅଟେ l ତେଣୁ ଏହିଦିନ ବିଶେଷ ବିଧିବିଧାନ ଭାବରେ ସୂର୍ଯ୍ୟପୂଜା କରାଯିବାର ମହତ୍ୱ ରହିଛି l ଏହିଦିନ ବିଶେଷ ବ୍ୟଞ୍ଜନ ମନ ପ୍ରସ୍ତୁତ କରାଯାଇ ଥାଏ ଯାହାକୁ ସନ୍ତାନ ମାନଙ୍କ ଶୁଭ ମନାସି ସୂର୍ଯ୍ୟ ଙ୍କ ନିକଟରେ ଅର୍ପଣ କରାଯାଏ l