ଆଜି ବିଶ୍ୱ ମହିଳା ଦିବସ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ହେଉଛି ବିଶ୍ୱ ମହିଳା ଦିବସ । ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଇଥାଏ ।

ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହା ସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ l ନିଜକୁ ଆତ୍ମନିର୍ଭର କରିବା ସହିତ ଏବେ ସେ ନିଜର ହକ ଆଉ ନିଜପାଇଁ କେଉଁଟା ଠିକ ଆଉ ଭୁଲ ତାହା ବିଚାରି କରି କାମ କରିଲାଣି l ଅବଳା ଆଉ ଦୁର୍ବଳା ନୁହେଁ ସେ ଶକ୍ତିର ସ୍ରୋତ ଆଉ ପ୍ରଗତୀର ପଥରେ ଚାଲିବା ଶିଖିଲାଣି l

LEAVE A REPLY

Please enter your comment!
Please enter your name here