ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ବିଶ୍ବ କ୍ୟାନସର ଦିବସ l ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ପାଳନ ହୁଏ ‘ବିଶ୍ବ କ୍ୟାନସର ଦିବସ’ । କର୍କଟ ରୋଗ ବିଷୟରେ ସଚେତନତା ପୂର୍ବକ ଏହି ଦିନକୁ ପାଳନ କରାଯାଏ । ପ୍ରତିବର୍ଷ ଅନେକ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ କର୍କଟ ବା କ୍ୟାନସର ରୋଗ ବିଷୟରେ ଜାଣିବା ସମସ୍ତଙ୍କ ପାଇଁ ନିହାତି ଗୁରୁତ୍ବପୂର୍ଣ୍ଣ । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କର୍କଟ ରୋଗ ୧୨ ରୁ ୧୮ ପ୍ରତିଶତ ବୃଦ୍ଧି ହେବାର ଆଶଙ୍କା ରହିଛି । ପ୍ରତିବର୍ଷ ଆଜିର ଦିନରେ ଏନେଇ ସଚେତନ କରାଯାଇଥାଏ । କର୍କଟ ରୋଗର ଲକ୍ଷଣ, ଏହାର ଚିକିତ୍ସା ଏବଂ କର୍କଟ ରୋଗର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରାଯାଏ ।
ତେବେ କ୍ୟାନସର କବଳରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ, ତମ୍ବାଖୁରୁ ଦୂରରେ ରୁହନ୍ତୁ, ନିଜ ଓଜନ ନିୟନ୍ତ୍ରଣ ରଖନ୍ତୁ, ଉତ୍ତମ ଜୀବନଶୈଳୀ ଆପଣନ୍ତୁ,ଉତ୍ତମ ଆହାର ଭୋଜନ କରନ୍ତୁ,ନିୟମିତ ବାୟାମ କରନ୍ତୁ,ପ୍ରକ୍ରିୟାକୃତ ମାଂସ ଖାଆନ୍ତୁ ନାହିଁ…. ଇତ୍ୟାଦି ନିୟମ ପାଳନ କରନ୍ତୁ l