ଆଜି ବିଶ୍ୱ ରେଡ୍‌ କ୍ରସ ଦିବସ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ନକରି ସମସ୍ତଙ୍କୁ ସେବା ଯୋଗାଇ ଦେବା ପାଇଁ ରେଡ କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ଏକ ନୂଆ ଜୀବନ ଦାନ ଦେବା।ବିଶ୍ୱ ରେଡ୍ କ୍ରସ୍ ଦିବସ ପ୍ରତିବର୍ଷ ମେ’ ୮ ରେ ପାଳନ କରାଯାଏ। ଏହି ଦିନ ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିନ। ସେ ରେଡ କ୍ରସ ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ଥିଲେ। ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ଦିଆଯାଇଥିଲା।ରେଡକ୍ରସର ଅନ୍ତର୍ଜାତୀୟ କମିଟି (ICRC) ୧୮୬୩ ରେ ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅବସ୍ଥିତ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଘଟିଥିବା ଘଟଣା ପରେ ଏହି ସଙ୍ଗଠନର ଆବଶ୍ୟକ ପଡ଼ିଲା।

 

୧୯୨୦ରେ ସଂସଦୀୟ ଅଧିନିୟମ ଅନୁଯାୟୀ ଭାରତରେ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ସେବେଠାରୁ ଦେଶର ସମସ୍ତ ବିପର୍ଯ୍ୟୟରେ ରେଡକ୍ରସର ସ୍ୱେଚ୍ଛାସେବୀମାନେ ସେବା କରିଆସୁଛନ୍ତି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ୭୫୦ରୁ ଅଧିକ ଶାଖା ଅଛି। ରେଡ୍ କ୍ରସ୍ ଦିବସର ମୁଖ୍ୟ ନୀତି – ନିରପେକ୍ଷତା, ମାନବିକତା, ସ୍ୱାଧୀନତା, ଏକତା, ସାର୍ବଭୌମିକତା, ସ୍ୱେଚ୍ଛାସେବୀ l

LEAVE A REPLY

Please enter your comment!
Please enter your name here