ଆଜି ଶପଥ ଗ୍ରହଣ ଉତ୍ସବ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି (ବୁଧବାର) ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ତାଙ୍କ ସହ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ଅର୍ଥାତ ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ଦଳର ପ୍ରମୁଖ ନେତ୍ରୀ ତଥା ପୁରୀ ଜିଲା ନିମାପଡ଼ା ବିଧାନସଭା ଆସନରୁ ନିର୍ବାଚିତ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ ଆଜି ଶପଥ ଗ୍ରହଣ କରିବେ l

ତେବେ ଆଜି ଭୁବନେଶ୍ୱର ଜନତା ମଇଦାନରେ ଅପରାହ୍ନ ୪ଟା ୪୫ ମିନିଟ୍‌ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୋହନ ଚରଣ ମାଝି , କନକ ବର୍ଦ୍ଧନ ଏବଂ ପ୍ରଭାତୀ ପରିଡାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ନେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, କେତେଜଣ କେନ୍ଦ୍ରମନ୍ତ୍ରୀ, ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ପାଇଁ ଜନତା ମଇଦାନରେ ସବୁ ପ୍ରକାର ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇସାରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅନ୍ୟ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଶପଥ ଉତ୍ସବରେ ଯୋଗଦେବେ। ଅନ୍ୟପଟେ ମଙ୍ଗଳବାର ରାତିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ପଦାଧିକାରୀ ଓ ନବନିର୍ବାଚିତ ବିଧାୟକ ଦଳ ନେତାଙ୍କ ବୈଠକ ବସି ମନ୍ତ୍ରିମଣ୍ଡଳର ସଦସ୍ୟ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ସମୀକରଣ ଓ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ମନ୍ତ୍ରୀ ଚୟନ କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here