ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନ ପାଇଁ ଭୋଗ ଗ୍ରହଣ ହେବ । 35 ବିଧାନସଭା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳିରେ ହେବ ମତଦାନ ।
ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । 5 ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ଆଉ କିଛି ସମୟ ପରେ ଭୋଟିଂ ଆରମ୍ଭ ହୋଇଯିବ । ମୋଟ 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 265 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । 5 ଲୋକସଭା ଓ 35 ବିଧାନସଭା ଆସନରେ ମତଦାନ ଜାରି । ବୁଥରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 79 ଲକ୍ଷ 62 ହଜାର 148 ମତଦାତା ।
35 ବିଧାନସଭା ଆସନରେ ମୋଟ 265 ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରୁ 224 ଜଣ ପୁରୁଷ ଏବଂ 41 ଜଣ ମହିଳା ପ୍ରାର୍ଥୀ । ମୋଟ 9 ହଜାର 148ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ଏଥିରୁ 20 ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ 79 ଲକ୍ଷ 62 ହଜାର 148 ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 40 ଲକ୍ଷ 30 ହଜାର 283 ଏବଂ ମହିଳା ଭୋଟର 39 ଲକ୍ଷ 31 ହଜାର 015 ରହିଛି । 850 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି ।