ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ସକାଳ ସାଢ଼େ ୯ଟାରେ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଜାତୀୟ ଶୋକ ପାଳନ କରାଯାଉଥିବାରୁ ଆଜି ରାଷ୍ଟ୍ରପତି ଭବନରେ ‘ଚେଞ୍ଜ ଅଫ୍ ଗାର୍ଡ’ ଉତ୍ସବ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା, ଯେଉଁଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀଠାରୁ ଦାୟିତ୍ୱ ଗ୍ରହଣ କରନ୍ତି। ପ୍ରତି ସପ୍ତାହରେ ଏହା ଅନୁଷ୍ଠିତ ହୋଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।
ଶେଷଯାତ୍ରାରେ ମନମୋହନଙ୍କୁ ସକାଳ ୮ଟା ବେଳେ ପାର୍ଥିବ ଶରୀର କଂଗ୍ରେସ ମୁଖ୍ୟାଳୟ ଅଣାଯିବ,ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ମଧ୍ୟରେ ପାର୍ଥିବ ଶରୀର କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ ପାଇଁ ରଖାଯିବ,ସକାଳ ସାଢ଼େ ୯ଟାରୁ କଂଗ୍ରେସ ମୁଖ୍ୟାଳୟରୁ ଶେଷ ଯାତ୍ରା ଆରମ୍ଭ ହେବ,୧୧ଟା ୧୫ରୁ ୧୧ ୨୭ ମଧ୍ୟରେ କେନ୍ଦ୍ର ଗୃହ ସଚିବ, ପ୍ରତିରକ୍ଷା ସଚିବ, ବାୟୁ ସେନା ମୁଖ୍ୟ, ନୌସେନା ମୁଖ୍ୟ, ସ୍ଥଳସେନା ମୁଖ୍ୟ, ସିଡିଏସ ଓ କ୍ୟାବିନେଟ୍ ସଚିବ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇବେ,୧୧ଟା ୩୧ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ,୧୧ଟା ୩୩ରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବେ,୧୧ଟା ୩୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇବେ,୧୧ଟା ୩୯ରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଶ୍ରଦ୍ଧାଞ୍ଜଳି ଦେବେ,୧୧.୪୨ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ,୧୧ଟା ୪୫ରେ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ l