ବିପ୍ଲବୀ ପରିକ୍ରମା ଡିଜିଟାଲ :- ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ସମସ୍ୟା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ୧୯୬୭ ନମ୍ବରରେ ଫୋନ କରି ସିଧାସଳଖ ମଣ୍ଡି ସମ୍ପର୍କିତ ନିଜ ସମସ୍ୟା ବିଷୟରେ ଜଣାଇପାରିବେ ଚାଷୀ । କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ରାଜ୍ୟ ଯୋଗାଣ ବିଭାଗ । ଆଜି ଏହାକୁ ଉଦଘାଟନ କରିଛନ୍ତି ଖାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଭୁବନେଶ୍ୱରର ରାଜ୍ୟ ଖାଦ୍ୟ ଯୋଗାଣ ନିଗମରେ ଖୋଲିଲା ନୂଆ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ବା କମାଣ୍ଡ କଣ୍ଟ୍ରୋଲ କମ୍ ଏକ୍ସପେରିଏନ୍ସ (experience) ସେଣ୍ଟର । ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ଵାରା ସମସ୍ତ ଜିଲ୍ଲାର ମଣ୍ଡିରେ ଲାଗିଥିବା ସିସିଟିଭି ଜରିଆରେ ଦୃଷ୍ଟି ରଖିବେ ଯୋଗାଣ ଅଧିକାରୀ ।
ଚାଷୀ ଏବଂ କୃଷକ, ସାଧାରଣ ଲୋକ ଏହି କମାଣ୍ଡ ସେଣ୍ଟର ଜରିଆରେ ଫୋନ୍ ଯୋଗେ ଅଭିଯୋଗ ଜଣାଇପାରିବେ । ଟୋଲ ଫ୍ରି ନମ୍ବର ୧୯୬୭ ମାଧ୍ୟମରେ ଏହି ଅଭିଯୋଗ କରିପାରିବେ । ଯେଉଁଠି ଟୋକନ ସମସ୍ୟା ହୋଇଛି ସେ ଖବର ଆମ ପାଖରେ ଅଛି । ଖୁବଶୀଘ୍ର ସେ ସମସ୍ୟା ଦୂର ହେବ l ଧାନମଣ୍ଡିରେ ଚାଷୀମାନେ ଯେପରି ସଠିକ ଭାବରେ ସେମାନଙ୍କ ଧାନ ଦେବେ ଓ ସେମାନଙ୍କ ଆକାଉଣ୍ଟକୁ କିପରି ଟଙ୍କା ଯିବ ଏହା ଉଦ୍ଦେଶ୍ୟ ରଖି କଣ୍ଟ୍ରୋଲ ରୁମ ଖୋଲାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ସୂଚନା ଦେଇଛନ୍ତି l