ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ୍ ଦୁର୍ଘଟଣା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୁର୍ଘଟଣା ହେଲା ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍ । ଆଜି ଭୋରୁ ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଟ୍ରେନ ନମ୍ବର ହେଉଛି ୨୨୮୫୦ । ଦୁର୍ଘଟଣାରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଆଜି ଭୋର ୫ଟା ୪୫ ମିନିଟରେ ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ଦୁଇଟି ଯାତ୍ରୀବାହୀ କୋଚ୍‌ ଓ ଏକ ପାର୍ସଲ ଭ୍ୟାନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏନେଇ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇନ୍‌ଚ୍ୟୁତ ଯୋଗୁ ଏହି ନାଲପୁର ଷ୍ଟେସନ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।ସେପଟେ ଖବର ପାଇ ରେଲଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୌଣସି ବଡ଼ କ୍ଷତି ହୋଇନାହିଁ ବୋଲି ରେଳବାଇ ସୂଚନା ଦେଇଛି। କେବଳ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here