ଉନ୍ନତିକରଣ କାମ ପାଇଁ ଟ୍ରେନ୍ ବନ୍ଦ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ତଥା ପାରଳାଖେମୁଣ୍ଡି -ଗୁଣୁପୁର ନୌପଡ଼ା- ରେଳପଥରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍ ଶୁକ୍ରବାର ଠାରୁ ଚଳିତ ମାସ ୨୭ ତାରିଖ । ଅର୍ଥାତ ଚାରି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ବୋଲି ୱାଲଟିୟର ଡିଭିଜନ ସୂତ୍ରରୁ ପ୍ରକାଶ କରାଯାଇଛି। ପାରଳାଖେମୁଣ୍ଡି ରେଳଷ୍ଟେସନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଇଲେକ୍ସିଫିକେସନ କାର୍ଯ୍ୟ, ଫୁଟ୍ ବ୍ରିଜ୍‌ର ନିର୍ମାଣ ଆଦି ଯୋଗୁଁ ଏହି ରେଳପଥରେ ଚଳାଚଳ ବନ୍ଦ ରହିଥ‌ିବା ବେଳେ ଆନ୍ଧ୍ରର ପୁଣ୍ଡି- ନୌପଡ଼ା, ନୌପଡ଼ା- କୋଟାବମାଳି ଆଦି ଠାରେ ଉନ୍ନତିକରଣ କାମ ଚାଲୁ ର‌ହିବ।

ଏଥିଯୋଗୁଁ ନୌପଡ଼ା- ପାରଳାଖେମୁଣ୍ଡି -ଗୁଣୁପୁର ରେଳପଥର ସମସ୍ତ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ନୌପଡ଼ା ମୁଖ୍ୟ ରେଳ ପଥରେ ଚଳାଚଳ କରୁଥିବା କେତେକ ଟ୍ରେନକୁ ଯଥା ସିକେନ୍ଦ୍ରାବାଦ- ସାଲିମାର ଏବଂ ସିକେନ୍ଦ୍ରବାଦ- ସନ୍ତ୍ରାଗାଚି ଟ୍ରେନ୍ ଏହି ଚାରି ଦିନ ପାଇଁ ସମୟ ସାରଣୀ ପରିବର୍ତ୍ତନ କରାଯାଇଥିବାର ମଧ୍ୟ ଜଣାପଡ଼ିଛି। ତେବେ ରାଉରକେଲା- ପାରଳାଖେମୁଣ୍ଡି-ଗୁଣୁପୁର, ଗୁଣୁପୁର- ପାରଳାଖେମୁଣ୍ଡି- ରାଉରକେଲା, ପୁରୀ-ଗୁଣୁପୁର, ଗୁଣୁପୁର-ପୁରୀ ଟ୍ରେନ୍‌ ପଲାସା ରେଳଷ୍ଟେସନ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ସାରଣୀ ମଧ୍ୟରେ ଚାଲୁ ରହିବ ବୋଲି ରେଳବିଭାଗ ସୂତ୍ରରୁ ପ୍ରକାଶ। ସେହିପରି ବିଶାଖାପାଟଣା – ପାରଳ ଖେମୁଣ୍ଡି – ଗୁଣୁପୁର ଏବଂ ଗୁଣୁପୁର- ପାରଳାଖେମୁଣ୍ଡି – ବିଶାଖାପାଟଣା ପାସେଞ୍ଜର ଚଳାଚଳକୁ ଚାରି ଦିନ ପାଇଁ ସମ୍ପୂର୍ଣ ଭାବେ ବାତିଲ ହୋଇଥିବାର ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here