ଭୁବେନେଶ୍ୱର : ପୁଣି ଆଉ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା । ବିହାରର ବକ୍ସରରେ ଘଟିଛି ବଡ ଧରଣର ରେଳ ଦୁର୍ଘଟଣା । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ପ୍ରାୟ ସାଢେ ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁସାରେ ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଲାଇନଚ୍ୟୁ ହୋଇଥିବା ଟ୍ରେନ ୨୧ଟି କୋଚ ମଧ୍ୟରେ ୨ଟି ଏସି କୋଚ ଥିବା ଜଣାପଡିଛି । ୨୩ ବଗି ବିଶିଷ୍ଟ ଟ୍ରେନ୍ ବୁଧବାର ସକାଳ ୭ଟା ୪୦ ମିନିଟ୍ରେ ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲ ଷ୍ଟେଶନ ଛାଡ଼ିଥିଲା। ଏହାପରେ ଟ୍ରେନ୍ଟି ବିବାହର ବକ୍ସର ଷ୍ଟେଶନ ଅତିକ୍ରମ କରିବାର ପ୍ରାୟ ଅଧ ଘଣ୍ଟା ପରେ ରଘୁନାଥପୁର ଷ୍ଟେଶନ ନିକଟରେ ରାତି ପ୍ରାୟ ୯ଟା ୫୩ ମିନିଟ୍ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବାହାନଗା ରେଳ ଦୁର୍ଘଟଣା ପରି ଏହି ଦୁର୍ଘଟଣା ଏବେ ସଭିଙ୍କୁ ସ୍ତବ୍ଧ କରିଛି ।