ବ୍ଲକ ସ୍ତରୀୟ ସଂଶୋଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

0

ଗଜପତି ( ବିପ୍ଲବୀ ପରିକ୍ରମା ):- କଳାକାର ମାନଙ୍କ ମନରେ ଉତ୍ସାହ ଯୋଗାଇଦେବାଲାଗି ସରକାର ବିଭିନ୍ନ ଯୋଜନା ଓ ସୁଯୋଗ ସୃଷ୍ଟି କରୁଛନ୍ତି। ହେଲେ ସଚେତନତା ଅଭାବ ଓ ପ୍ରସାର ପ୍ରଚାର ଅଭାବରୁ କଳାକାର ସେହି ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବାରୁ ଅନେକ କଳାକାର କଳାରୁ ଦୂରେଇ ଯିବାପରି ଅନେକ ନଜରରେ ଆସୁଛି। ସେ ଯାହାହେଉ ପଛେ ଏବେ ପୁଣି କଳାକାର ମାନଙ୍କୁ ନେଇ ଏକ ସୁନ୍ଦର କାର୍ଯ୍ୟକ୍ରମ କରିବା ଲାଗି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଓ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମର ଲୋକକଳା ପ୍ରୟୋଗରେ ନୂଆଗଡ ବ୍ଲକ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି ବ୍ଲକ ସ୍ତରୀୟ ସଂଶୋଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର।

ଏହି ଶିବିରରେ ବ୍ଲକର ପ୍ରାୟ ସବୁ ପଞ୍ଚାୟତର କଳାକାରମାନଙ୍କୁ ଡକାଯାଇଥିଲା। ଏଥିରେ ୧୮ ଗୋଟି କଳାକାର ଦଳର ପଞ୍ଜିକରଣ ହୋଇଥିବା ବେଳେ ସେମାନଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ହୋଇଥିବା ଯୋଜନାକୁ ପ୍ରତି ପଞ୍ଚାୟତର ଗାଁ ଗାଁରେ ଲୋକଙ୍କୁ ଜଣେଇବା ଓ ସଚେତନତା କରିବା ଲକ୍ଷ ରଖାଯାଇଥିବା ଜଣାପଡିଛି। ତେବେ ବ୍ଲକର ସମସ୍ତ କଳାକାର ଏଥିରେ ଅଂଶଗହଣ କରିବାକୁ ଆଗ୍ରହୀ ଅଛନ୍ତି। କାର୍ଯ୍ୟକମରେ ବ୍ଲକ ଅଧିକାରୀ ଶ୍ରୀ ଲୋକନାଥ ଶବର, ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ , ବି ଏସ ଏସ ଓ ଆନନ୍ଦ ରାଓ ଓ ଜି ପି ଇ ଓ   ନୃ ସିଂହ ମିଶ୍ର ପ୍ରମୂଖ ମଞ୍ଚାସୀନ ରହି କାର୍ଯ୍ୟକମ ସମ୍ବନ୍ଧରେ ବୁଝେଇ ଥିଲେ। ବ୍ଲକ କଳାକାର ସଂଘର ଉପସଭାପତି ରେଙ୍କା ମଣ୍ଡଳଙ୍କ ସହ ଅଞ୍ଚଳର ଅନେକ କଳାକାର କାର୍ଯ୍ୟକମରେ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here