ତପ୍ତପାଣି ଘାଟିରେ ଗଛ ପଡି ରାସ୍ତା ଅବରୋଧ

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କାଳ ବୈଶାଖୀ ପ୍ରଭାବ ରେ ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ପଡିଲା ବିରାଟ ଗଛ l ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ମୋହନା ରୁ ବ୍ରହ୍ମପୁର କୁ ଯାତାୟତ ବାଧାପ୍ରାପ୍ତ ହୋଇଛି l ଉଭୟ ପଟରେ ଏକାଧିକ ଗାଡି ଅଟକି ରହିଛି l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ ଟାରେ କାଳ ବୈଶାଖୀ ଯୋଗୁଁ ପ୍ରବଳ ବର୍ଷା ସହ ପବନ ହୋଇଥିଲା l

ଏହାର ପ୍ରଭାବରେ ତପ୍ତପାଣି ଘାଟିର ମୃଗ ବିହାର ନିକଟରେ ଥିବା ଏକ ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡିଯାଇଛି l ଖବର ପାଇ ମୋହନା ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରଖିଥିଲେ l

LEAVE A REPLY

Please enter your comment!
Please enter your name here