ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫ ରୁ ଆଜି ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛି ହଜାର ହଜାର ଆଦିବାସୀ । ଆଦିବାସୀ ରାଜ୍ୟ ସଭାପତି ବାଳକୃଷ୍ଣ ଶବର ଓ ଜିଲ୍ଲା ସଭାପତି ଭାନୁ ପ୍ରତାପ ମାଝୀଙ୍କ ନେତୃତ୍ଵ ରେ ଆଜି ଶହଶହ ଆଦିବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ କୋଡ଼ିଏ ଦଫା ଦାବି ପତ୍ର ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ପ୍ରେରଣ କରିଥିଲେ । ଆନ୍ଦୋଳନ ସମୟରେ କିଛି ସମୟ ପୋଲିସ ଓ ଆଦିବାସୀ ମାନଙ୍କ ମଧ୍ୟ ରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା ।
ପରେ ସମୂହ ଆଦିବାସୀ ମାନେ ଏକ ପ୍ରିତିବାଦ ସଭା କରି ରାଜ୍ୟ ସରକାର ଙ୍କ ଉପରେ ଗର୍ଜି ଅନୁସୂଚିତ ଜାତି ଓ ଜନଜାତି ଙ୍କ ଜମି ହାତେଇବା ର ପ୍ରୟାସ ରୁ ନିବୃତ ରହିବା ପାଇଁ ରାଜ୍ୟ ସରକାର ଙ୍କୁ ଚେତାବନୀ ଦେଇଥିଲେ । ସେହିଭଳି ଜିଲ୍ଲା ଶିକ୍ଷା ବିଭାଗ FLN ପାଣ୍ଠି ର ଚାରି କୋଟି ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବା, ଜିଲ୍ଲା ପ୍ରଶାସନ ପାଖ ରେ ପଡି ରହିଥିବା ବାଇଶି ହଜାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଲଖନା ଥାନା ଓ କୋମନା ଥାନା ରେ ଆଦିବାସୀ ଙ୍କ ଅଭିଯୋଗ କୁ ଗୁରୁତ୍ଵ ନ ଦେଇ ଅଭିଯୁକ୍ତ ମାନଙ୍କୁ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ।
ସେହିଭଳି ଜିଲ୍ଲା ରେ ୨୯୫ ଗୋଟି ଡାକ୍ତର ପଦବୀ ରୁ ମାତ୍ର ୧୨୫ ଜଣ କାର୍ଯ୍ୟରତ ଅଛନ୍ତି, ବାକି ଥିବା ପଦବୀ ପୂରଣ, ସରକାରୀ ଚାକିରୀ ପଦବୀ ରେ ରାଜ୍ୟ ସ୍ତରୀୟ ପରିବର୍ତ୍ତେ ଜିଲ୍ଲା ସ୍ତରୀୟ କରିବା ଭଳି ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଏହି ଦାବି ଗୁଡ଼ିକ ଉପରେ ତୁରନ୍ତ ବିଚାର ନକରି ପଦକ୍ଷେପ ନ ନେଲେ ଆଗାମୀ ଦିନ ରେ ଜିଲ୍ଲା ପୋଲିସ, ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଙ୍କ ବିରୁଦ୍ଧ ରେ ଭୟାବହ ଆନ୍ଦୋଳନ ହେବ ବୋଲି ଆଦିବାସୀ ନେତା ମାନେ ଚେତାବନୀ ଦେଇଛନ୍ତି ।