ଭ୍ରମରପୁର( ବିପ୍ଲବୀ ପରିକ୍ରମା ):- ଆଜି ହେଉଛି ସ୍ୱାଧୀନତା ଦିବସ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଉଛି ଯାହାଦ୍ୱାରା ଦେଶରେ ପ୍ରତ୍ୟକ ନାଗରିକଙ୍କ ମଧ୍ୟରେ ଜନ ଜାଗରଣ, ରାଷ୍ଟ୍ର ଭକ୍ତି ମନୋଭାବ ଜାଗ୍ରତ ହୋଇପାରିବ l ତେବେ ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତାପାର୍ଟି ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ପଞ୍ଚାୟତ ପକ୍ଷରୁ “ତ୍ରିରଙ୍ଗା ଯାତ୍ରା” ଏକ ଜନ ଜାଗରଣ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଘରେ ଘରେ ତ୍ରିରଙ୍ଗା ସହ ରାଷ୍ଟ୍ର ଭକ୍ତିର ଜାଗରଣ ନିମନ୍ତେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ସାରା ଓଡ଼ିଶାରେ ଯୁବମୋର୍ଚ୍ଚା ଶୋଭାଯାତ୍ରା ସହ ବିଭିନ୍ନ ଜନ ଜାଗରଣ କାର୍ଯ୍ୟକ୍ରମ ହାତକୁ ନେଇଛି ଯାହା କି ସରକାରୀ ଦଳର ରାଷ୍ଟ୍ର ଭକ୍ତିର ଛାପ ଦେଶପ୍ରେମର ଭାବନା ସୃଷ୍ଟି କରୁଛି । ସେହିପରି ଭ୍ରମରପୁର ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ପ୍ରଥମେ ବାଇକ ରାଲି ମାଧ୍ୟମରେ ଭ୍ରମରପୁର ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି, ଭ୍ରମରପୁର ପଞ୍ଚାୟତ, ସମାସିଙ୍ଗି ପର୍ଯ୍ୟନ୍ତ ଯୁବନେତା ବିଭୂନନ୍ଦନ ସେଠିଙ୍କ ସଂଯୋଜନାରେ ଏହି ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି ।
ସେହିପରି ଯୁବନେତା ଶଙ୍କର ମିଶ୍ର, ଜୁତୁ ରମେଶ, ହରିଚନ୍ଦ୍ର ପ୍ରଧାନ, କୈଳାଶ ଚଣ୍ଡ , ପୂର୍ଣ୍ଣଚନ୍ଦ୍ର ସାହୁ, ଭଗବାନ ପ୍ରଧାନ, ସୁମନ ପ୍ରଧାନ, ଶିବରାମ ପ୍ରଧାନ, ସଞ୍ଜୟ ପ୍ରଧାନ, ଜେ. ସନ୍ତୋଷ, ବିଜୟ ମହାରଣାଙ୍କ ସମେତ ଅନେକ ଭ୍ରମରପୁର ଗ୍ରାମ ପଂଚାୟତ ର ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ l
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା, ଭାରତ ମାତାକି ଜୟ, ବନ୍ଦେ ମାତରଂ ନାରା ଦେଇ, ଘର ଘରକୁ ଯାଇ ତ୍ରିରଙ୍ଗା ପତାକା (ଜାତୀୟ ପତାକା) ବଣ୍ଟନ କରିଥିଲେ ।