ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନା ଥାନା ଗୋବିନ୍ଦପୁର ପଂଚାୟତ ର ଶାନ୍ତିନଗର ଜରଉ ଘାଟିରେ ୩୦ ଫୁଟ ତଳକୁ ଖସିଲା ଜନା ବୁଝେଇ ଟ୍ରକ l
ମୋହନା ରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼, ସୋରଡ଼ା ଯିବା ବେଳେ ଘାଟି ରେ ଭରଶ୍ୟାମ ହରାଇ ୩୦ ଫୁଟ ତଳକୁ ଖସି ଓଲଟି ପଡିଛି l ଫଳରେ ଗାଡି ଚାଳକ ଜି.ପାଥୁଆ ରାଜି ଚାପି ହେଇ ଟ୍ରକରେ ରହିଯାଇଥିଲେ l
ସ୍ଥାନୀୟ ଲୋକେ ଓ ପୋଲିସ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି l ସେହିପରି ଟ୍ରକ ରେ ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ଚାଳକ ଓ ଯାତ୍ରୀଙ୍କୁ ଉଦ୍ଧାର କରି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି l
ଟ୍ରକ ତଳେ ଗୋଟିଏ ବଳଦ ଚାପି ହେlଇ ମୃତ୍ୟୁ ଘଟିଛି l ଘଟଣା ସ୍ଥଳେ ମୋହନା ପୋଲିସ ପହଁଚି ତଦନ୍ତ କରୁଛି l