ଆମେରିକାରେ ପୁଣି ଆରମ୍ଭ ହେଲା ଟ୍ରମ୍ପ ଯୁଗ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍‌ । ଆମେରିକାରେ ପୁଣି ଟ୍ରମ୍ପ ଯୁଗ । ୪ ବର୍ଷ ପରେ ଫେରିଲା ଟ୍ରମ୍ପ ଶାସନ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକୀୟ ସଂସଦ ଭବନରେ ଏକ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସହ ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ନେଉ ନେଉ ଆଜି ବଡ଼ ଘୋଷଣା କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍‌ । କହିଲେ ପାନାମା କେନାଲ ଉପରେ ପୁଣି କବ୍‌ଜା କରିବ ଆମେରିକା । ପାନାମା କେନାଲରୁ ଚୀନ କବଜା ହଟାଯିବ । ଗଲ୍‌ଫ ଅଫ୍‌ ଆମେରିକାର ନାମ ବଦଳାଇବୁ । ମଙ୍ଗଳ ଗ୍ରହକୁ ମହାକାଶଯାତ୍ରୀ ପଠାଯିବ । ‘ମୁଁ ଚାହୁଁଛି ସାରା ବିଶ୍ୱ ମୋତେ ଶାନ୍ତି ଦୂତ ଭାବରେ ମନେ ରଖୁ । ଅନ୍ୟ ଦେଶ ଉପରେ ଟ୍ୟାକ୍ସ ଓ ଟାରିଫ ବୃଦ୍ଧି କରଯିବ । ମେକ୍ସିକୋ ସୀମାରେ ପ୍ରାଚୀର ତିଆରି କରିବୁ । ଦର ନିୟନ୍ତ୍ରଣ କରିବା ଟ୍ରମ୍ପ୍‌ଙ୍କ ପ୍ରାଥମିକତା ରହିବ ବୋଲି କହିଛନ୍ତି ଟ୍ରମ୍ପ୍‌ ।

ରାଷ୍ଟ୍ରପତି ଭାବେ ଶପଥ ନେବା ସହ ଟ୍ରମ୍ପ କହିଛନ୍ତି ଆମେରିକାରେ ସ୍ବର୍ଣ୍ଣିମ ଯୁଗ ଆରମ୍ଭ ହେଲା । ଆଜିଠାରୁ ଆମ ଦେଶ ପୁନର୍ବାର ସମୃଦ୍ଧ ହେବ ଏବଂ ଆମକୁ ସାରା ବିଶ୍ୱରେ ସମ୍ମାନ ଦିଆଯିବ। ଆମେ କୌଣସି ଦେଶକୁ ଆଉ ଅଧିକ ଲାଭ କରିବାକୁ ଅନୁମତି ଦେବୁ ନାହିଁ। ଆମର ସାର୍ବଭୌମତ୍ୱ ପୁନଃ ପ୍ରାପ୍ତ ହେବ । ଆମର ସୁରକ୍ଷା ପୁନଃ ସ୍ଥାପିତ ହେବ । ଗର୍ବିତ, ସମୃଦ୍ଧ ଏବଂ ମୁକ୍ତ ଦେଶ ଗଠନ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଟ୍ରମ୍ପ କହିଛନ୍ତି ।

ଅନ୍ୟପଟେ ଶପଥ ଗ୍ରହଣ ପରେ ଟ୍ରମ୍ପଙ୍କୁ ସାରା ବିଶ୍ବରୁ ଶୁଭେଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ, ଏଲନ ମସ୍କ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here