ଅନ୍ଧ ବିଶ୍ୱାସର କରୁଣ ପରିଣତି : ଗୁଣି ସନ୍ଦେହରେ ହତ୍ୟା ଉଦ୍ୟମ 

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ଜିଲ୍ଲା ସିନାପାଲି ଥାନା ନୂଆମାଳପଡା ପଞ୍ଚାୟତ ପୋଟିପଡ଼ା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୁଣି ଗlରେଡି ସନ୍ଦେହ ରେ ଜଣେ ବୃଦ୍ଧା ଙ୍କୁ ଗାଁ ର କିଛି ଦୁର୍ବୁତ୍ତ ମାନେ ପାଳ ବିଡା ରେ ବାନ୍ଧି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଜୀବନ ବିକଳ ରେ ନିଆଁ ରୁ ବଞ୍ଚିବା ପାଇଁ ବୃଦ୍ଧା ଜଣକ ନିକଟସ୍ଥ ପୋଖରୀ କୁ ଡେଇଁ ପଡି ଜୀବନ ବଞ୍ଚାଇ ଥିଲେ ।

ଏହି ଖବର ଜାଣିବା ପରେ ସିନାପାଲି ପୋଲିସ ବୃଦ୍ଧା ଙ୍କୁ ଉଦ୍ଧାର କରି ପ୍ରଥମେ ସିନପାଲି ହସ୍ପିଟାଲ ଏବଂ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ନୂଆପଡା କୁ ସ୍ଥାନାନ୍ତରିତ କରିଛନ୍ତି । ଗୁରୁତ୍ତର ଆହାତ ବୃଦ୍ଧଙ୍କ ନାଁ ଖେମ ସିଂ ମାଝୀ ବୋଲି ଜଣା ପଡିଛି । ଏନେଇ ସିନାପାଲି ଥାନା ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦଶ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଖଡ଼ିଆଳ SDPO ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here