(ବିପ୍ଲବୀ ପରିକ୍ରମା ବ୍ୟୁରୋ);ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ୍ । ସାମ୍ବାଦିକାଙ୍କୁ ମାଡ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଭାବେ ଜାମିନ ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ।ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ କୋର୍ଟ ସଂରକ୍ଷିତ ରଖିଥିଲେ | ଆଉ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଟୁଟୁଙ୍କୁ ଜାମିନ ଦେଇଛନ୍ତି | ଉଲ୍ଲେଖ ଥାଉ କି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ |