ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ): ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଦୁଇ ଗିରଫ, ୮କିଲୋ ବାରାହା ମାଂସ ଜବତ । ସୁଚନା ପ୍ରକାରେ ବିଶେଷ ସୁତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ଉପକଣ୍ଠ ଉପଲଡା ଗ୍ରାମର ସାବରା ସାହିରେ ଚଢ଼ାଉ କରିଥିଲେ ବନ ବିଭାଗ ।
ସେଠାରୁ ବାରାହା ମାଂସ ବିକ୍ରୀ କରୁଥିବା ବେଳେ ସେହି ଗ୍ରାମର ଈପିଆମ୍ ଶବର , ଈସାକ୍ ଭୁୟାଁ ଦୁଇ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ମାଂସ ସହ , ମାରଣାସ୍ତ୍ର, ବାଇକ ଓ ମୋବାଇଲକୁ ଜବତ କରିଛି ବନ ବିଭାଗ।