ପୋଲସରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିକଟ ସୁନାରିବୁଗୁଡ଼ା ନିକଟରେ ସକାଳୁ ସକାଳୁ ଏକ ଦୁର୍ଘଟଣା ଘଟିଯାଇଛି | ବାଇକ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି |ଏଥିରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଆହତ ହୋଇଛନ୍ତି | ମୃତକ ଜଣକ ହେଲେ ପୋଲସରା ବଜାର ସାହିର ରବୀନ୍ଦ୍ର ସାହୁ |ସୂଚନା ଯୋଗ୍ୟ ଯେ ରବୀନ୍ଦ୍ର ସାହୁ ସ୍ତ୍ରୀ ତପସ୍ୱିନୀ ଙ୍କୁବାଇକରେ ଧରୀ ବୁଗୁଡ଼ା ଯାଉଥୁବା ସମୟରେ ବୁଗୁଡ଼ା ପଟୁ ଆସୁଥୁବା ଏକ ବାଇକ ମଧ୍ୟରେ ଧକ୍କା ହୋଇଥିଲା |ଆହତମାନଙ୍କୁ ସଙ୍ଗେ ସଙ୍ଗେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା |ସେଠାରେ ଡାକ୍ତର ରବୀନ୍ଦ୍ର କୁ ମୃତ ଘୋଷଣା କରିଥିଲେ |ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି |