ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ପୁଣି ତାପମାତ୍ରା ବଢିବାରେ ଲାଗିଛି । ଏ ନେଇ ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସହରରେ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରି ରହିଛି। ସେହିଭଳି ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଛି ।ସେହିପରି ଟିଟଲାଗଡରେ ୩୮ ଡିଗ୍ରି ତାପମାତ୍ରା, ବଲାଙ୍ଗୀର ୩୭.୪ ଡିଗ୍ରି, ସୋନପୁର ଓ ଝାରସୁଗୁଡାରେ ତାପମାତ୍ରା ୩୬.୬ ଡିଗ୍ରି, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨, ବୌଦ୍ଧ ୩୬ ଡିଗ୍ରି ରହିଛି। ଏହା ସହିତ ରାଉରକେଲା ଓ ବରଗଡ ତାପମାତ୍ରା ୩୫.୪ ଡିଗ୍ରୀ, ତାଳଚେର ୩୪.୪, ସୁନ୍ଦରଗଡ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି ।
ଅପରପକ୍ଷରେ ଭୁବନେଶ୍ବରରେ ୨ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡା, ସମ୍ବଲପୁର ଓ ସୋନପୁର ପାଇଁ ଚେତାବନୀ ଜାରି ହୋଇଛି। ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।