ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୁଣିଥରେ ଉପରମୁହାଁ ହୋଇଛି ଦିନର ତାପମାତ୍ରା । ପଶ୍ଚିମ ଓଡ଼ିଶା ତତଲା ତାୱାରେ ଭାଜି ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ବି ବଢ଼ିଛି ତାତି । ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍ ହୋଇଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଛି । ତେବେ ଗତକାଲି ୧୧ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା । ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ବଲାଙ୍ଗୀରର ତାପମାତ୍ରା ଥିଲା ୪୨.୪ ଡିଗ୍ରୀ । ଉଭୟ ଭୁବନେଶ୍ବର ଓ କଟକର ତାପମାତ୍ରା ୩୭ ଡିଗ୍ରୀ ଟପିଥିଲା ।
ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିବ । ଏପରିକି ଦିନର ସର୍ବୋଚ୍ଚ ତାପମାତ୍ରାରେ ମଧ୍ୟ ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଆଜି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।