ବିପ୍ଲବୀ ପରିକ୍ରମା ଡିଜିଟାଲ :- ଜଳୁଛି ସାରା ଓଡିଶା, ତାତିର ତାଉରେ ସିଜୁଛନ୍ତି ଓଡ଼ିଶାବାସୀ। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୪ ଦିନ କଲବଳ କରିବ ଅସହ୍ୟ ଗରମ ଓ ଗୁଳୁଗୁଳି। ୨ ଦିନ ଯାଏ ସିଭିୟର ହିଟ ୱେଭକୁ ନେଇ ଝାରସୁଗୁଡା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ତାତିରୁ ନାହିଁ ନିସ୍ତାର । ୪୬ ଡିଗ୍ରୀ ପାର କରିବ ଦିନର ତାପମାତ୍ରା l ସେହିପରି ନୂଆପଡା, ବରଗଡ଼, କଳାହାଣ୍ଡି, ଦେଓଗଡ ଓ ଅନୁଗୁଳ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, କେନ୍ଦୁଝର ,ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଂଜାମ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତି ଏହି ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ସହ ମୟୁରଭଞ୍ଜ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୭ ତାରିଖ ଯାଏଁ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୪ ଦିନ ଯାଏ ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୭ ପରେ ପାଗରେ ପରିବର୍ତ୍ତନ ସହ ପୁଣି କାଳବୈଶାଖୀ ବର୍ଷାର ସମ୍ଭାବନା ଦେଇଛି ବିଭାଗ ।