ମାଲକାନଗିରି ନିର୍ବାଚନ ପ୍ରଚାର ମଇଦାନରେ କେନ୍ଦ୍ରମନ୍ତ୍ରୀ

0
Oplus_131072

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଏମଭି ୬୪ ଦଶ ଗ୍ରାମଠାରେ ପହଞ୍ଚିଥିଲେ ପରେ ପଟେରୁ ହରି ମନ୍ଦିର ପରିସରରେ ଠାକୁର ହରିଚାନ୍ଦ ଗୁରୁ ଚାନ୍ଦ ଓ ଶାନ୍ତି ମାତା ଠାକୁର ଦର୍ଶନ କରି ସେଠାର ଆୟୋଜିତ ଏକ ଭାରତୀୟ ଜନତା ପାର୍ଟିର ସଭାରେ ଯୋଗଦାନ କରିଥିଲେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ। ହଜାର ହଜାର ସଂଖ୍ୟାରେ ଜଣ ସାଧାରଣ ମହିଳା ମାନେ ତାଙ୍କ ଉପରେ ପୁଷ୍ପ ବର୍ଷା କରିଥିଲେ । ବିଶେଷ କରି ମାଲକାନଗିରି ନିର୍ବାଚନ ମଣ୍ଡଳୀ ରେ ଥିବା ଭୋଟର ମାନଙ୍କୁ ଭାରତୀୟ ଜନତା ପାର୍ଟି ମାଲକାନଗିରି ନିର୍ବାଚନ ମଣ୍ଡଳୀର ନରସିଂହ ମାଡ଼କାମି ଏବଂ ନବରଙ୍ଗପୁର ସାଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ୨୫ ବର୍ଷ ଶାସନରେ ବିଜେଡି ସରକାରଙ୍କୁ ଅନେକ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର। ୨୧୪ ଟି ବଙ୍ଗାଳୀ ଗ୍ରାମ ରହିଛି ହଜାର ହଜାର ଛାତ୍ରଛାତ୍ରୀ ନିଜ ମାତୃଭାଷା କୁ ଭୁଲି ଯିବାକୁ ବସିଲେଣି। ରେଭେଣୁ ଗାଁ ର ମାନ୍ୟତା ପାଇନାହାନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ସହିତ ଶିଳ୍ପ କ୍ଷେତ୍ରରେ ସବୁଠୁ ପଛରେ ରହିଛନ୍ତି ମାଲକାନଗିରି ଜିଲ୍ଲା । ଶିଳ୍ପ କ୍ଷେତ୍ର ଗଠନ କଲେ ଅନେକ ବେକାରୀ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି। ଯେଉଁଥି ପାଇଁ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି ଏଠାକାର ଶିକ୍ଷିତ ବେକାରୀ ଯୁବକ ଯୁବତୀ ଯାହାର ଫଳ ସ୍ୱରୂପ ଏକ ଅନୁନ୍ନତ ଜିଲ୍ଲା ଭାବରେ ପଡ଼ି ରହିଛି ମାଲକାନଗିରି ଜିଲ୍ଲା। କିଛି ଏଭଳି କହି ରାଜ୍ୟ ସରକାରଙ୍କୁ କାଠ ଗୋଡ଼ରେ ଟାଣି ଛନ୍ତି କେନ୍ଦ୍ର ବନ୍ଦର, ପରିବହନ ଓ ଜଳପଥ ବିଭାଗର ମନ୍ତ୍ରୀ ଶାନ୍ତନୁ ଠାକୁର ।

Oplus_131072

ମୋଦି ସରକାରଙ୍କ ବିକାଶର ଧାରା ଦେଶରେ ବଜାୟ ରହିଛି। ସବକା ସାଥ, ସବକା ବିକାଶ , ସବକା ପ୍ରୟାସ ର ନାରା ସହିତ ଏଥର ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ କରିବାପାଇଁ ମନ୍ତ୍ରୀ ଜନସାଧାରଣଙ୍କୁ ଭାରତୀୟ ଜନତା ପାର୍ଟି କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ। ଜିଲ୍ଲା ରେ ଶିକ୍ଷା, ସ୍ବାସ୍ଥ୍ୟ ସହିତ ଶିଳ୍ପ ଅନୁଷ୍ଠାନ ଗଠନ କରି ଶିକ୍ଷିତ ବେକାରୀ ଯୁବକ ଯୁବତୀ ନିଯୁକ୍ତ ହୋଇପାରିବ ବୋଲି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here