ଖଡ଼ିଆଳ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାରାଥନ ପ୍ରଚାର 

0
Oplus_131072

ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ):- ସାଧାରଣ ନିର୍ବାଚନ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ କେନ୍ଦ୍ରୀୟ ନେତା ମାନଙ୍କ ନିର୍ବାଚନୀ ପ୍ରଚାର ନୂଆପଡ଼ା ରାଜନୀତି କୁ ଆହୁରି ସରଗରମ କରିଛି । ଗତକାଲି ନୂଆପଡ଼ା ବିଧାନସଭା ମଣ୍ଡଳୀ ରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଗସ୍ତ କରି ନୂଆପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଓ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓ ଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଥିବା ବେଳେ ଆଜି ଖଡ଼ିଆଳ କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ରାଜ୍ୟ ବିଜେଡି ସରକାର ଙ୍କୁ ଅପାରଗତା ବିରୁଦ୍ଧ ରେ ଗର୍ଜିବା ସହ ଅଣ ଓଡ଼ିଆ ହାତ ରେ ଶାସନ କହି ପରୋକ୍ଷ ରେ ପାଣ୍ଡିଆନ ଙ୍କ ବିରୁଦ୍ଧ ରେମଧ୍ୟ ଗର୍ଜିଥିଲେ ।

Oplus_131072
Oplus_131072

ଖଡ଼ିଆଳ ବିଧାନସଭା ପାଇଁ ହିତେଶ ବଗର୍ତ୍ତି ଓ କଳାହାଣ୍ଡି ସାଂସଦ ପାଇଁ ମାଳବିକା ସିଂ ଦେଓ ଙ୍କୁ ବିଜୟୀ କରି ମୋଦିଙ୍କ ହାତମୁଠାକୁ ଆହୁରି ସଶକ୍ତି କରି ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ହେଲେ ଏଠିକାର ସ୍ଵପ୍ନ ପୂରଣ ହେବ ବୋଲି କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଙ୍କ ଖଡ଼ିଆଳ ଗସ୍ତ ପରେ ଏଠିକାର ବିଜେପି କର୍ମୀ ଙ୍କ ମହଲ ରେ ଆହୁରି ଉତ୍ସାହ ବଢ଼ିଛି ଆଗାମୀ ଦିନ ରେ ନିଶ୍ଚୟ ଡବଲ ଇଞ୍ଜିନ ସରକାର ହେବ ଓ ଉଭୟ ସାଂସଦ ଓ ବିଧାୟକ ବିଜେପି ର ହେବ ବୋଲି ଜିଲ୍ଲା ସଭାପତି ସୁବ୍ରତ ଠାକୁର କହିଛନ୍ତି।

Oplus_131072

 

LEAVE A REPLY

Please enter your comment!
Please enter your name here