ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ବାପୁଜୀ ଆଶ୍ରମ ଠାରେ କଂଗ୍ରେସର ସଂକଳ୍ପ ପତ୍ର ଉନ୍ମଚନ ହୋଇଥିଲା। ସଭା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ସଭାପତି ଶ୍ରୀ ଦୀପକ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେଲା । ଶ୍ରୀ ବିଜୟ ପଟ୍ଟନାୟକଙ୍କ ଦ୍ଵାରା ଆଜିର ଉନ୍ମଚନ ସଭା ପ୍ରାରମ୍ଭ ହୋଇଥିଲା । ଏହି ସଂକଳ୍ପ ପାତ୍ରରେ ଗୃହ ଜ୍ୟତି,କୃଷି ବନ୍ଧୁ, ଯୁବ ବିକାଶ,ଗୃହ ଲଷ୍ମୀ,ଜନ କଲ୍ୟାଣ,ଭଳି ବିଭିନ୍ନ ଯୋଜନା ମାନ ରହିଥିଲା।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀ ଚିନ୍ତାମଣି ଧ୍ୟାନ ସାମନ୍ତରାଏ , ପୂର୍ବତନ ବିଧାୟକ ତ୍ରିନାଥ ବେହେରା , ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ନାୟକ ଓ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ପଦାଧିକାରୀ ଓ ଜିଲ୍ଲାର କଣ ଅନୁକୋଣ ଆସିଥିବା ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l
ସେହିପରି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ତଥା ମହୋନା ବିଧାୟକ ଦାସରଥି ଗମାଙ୍ଗ ଙ୍କ ଅଧ୍ୟକ୍ଷତା ରେ ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ, ଆଗକୁ ହେବାକୁ ଥିବା ୨୦୨୪,ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସ ଆଜି ପ୍ରତ୍ୟେକ ଜିଲ୍ଲା ରେ ଇସ୍ତାହାର ଉନ୍ମୋଚନ କରାଯାଇଥିଲା। ସେହିପରି ଗଜପତି ଜିଲ୍ଲା ରେ ମଧ୍ୟ ମଞ୍ଚାସିନ ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୁଷଣ ପାତ୍ର, ସମ୍ପାଦକ ଅଭିମନ୍ୟୁ ପଣ୍ଡା, ଇଶ୍ଵର ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର, ଏବଂ ବସନ୍ତ କୁମାର ପଣ୍ଡା ଙ୍କ ମଞ୍ଚସ୍ଥ ରେ କଂଗ୍ରେସ ଗେରେଣ୍ଟି ଇସ୍ତାହାର ଉନ୍ମୋଚନ କରାଯାଇଥିଲା, ଏଥିରେ ପ୍ରକାଶିତ ହୋଇଥିବା ୯ ଗୋଟି ବିଷୟ ବସ୍ତୁକୁ କଂଗ୍ରେସ ଜିଲ୍ଲାସଭାପତି ଉନ୍ମୋଚନ କରିଥିଲେ।
ସେହିପରି ମାଲକାନଗିରି ଜିଲ୍ଲା କଂଗ୍ରେସ ଭବନ ଠାରେ କଂଗ୍ରେସର ୯ ଟି ଗ୍ୟାରେଣ୍ଟି ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । କଂଗ୍ରେସର ଗ୍ୟାରେଣ୍ଟି ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା,କୃଷିଋଣ ଛାଡ଼ ।କୃଷକଙ୍କ ପାଇଁ ମାସିକ ପେନ୍ସନ୍ ୨୦୦୦ ଟଙ୍କା ।ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ ।୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ।ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ପ୍ରଦାନ।ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ।ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା । ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର ।ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ।
ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଓ ରାଜ୍ୟରେ ଜାତିଭିତ୍ୟିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀକ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଏହି ସବୁ ଗ୍ୟାରେଣ୍ଟି ଯଦି କଂଗ୍ରେସ ଦେଶରେ ନିଜର କ୍ଷମତାକୁ ଆସେ ତାହାହେଲେ ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେପି ବିଜେଡିର ଶାସନରେ ଯାହା ହୋଇନାହିଁ ତାହା କଂଗ୍ରେସ କରିକି ଦେଖାଇବ ବଳି ଆଜିର ଏହି ପ୍ରେସ ମିଟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।