ପାରଳାଖେମଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):-: ବଲାଙ୍ଗୀର ଜିଲ୍ଲା ପୁଇତଳା ଠାରେ କର୍ମରତ ସାମ୍ବାଦିକଙ୍କୁ ହାତ ଗୋଡ ବାନ୍ଧି ଅତି ବର୍ବରତାର ସହ ଆକ୍ରମଣ ଘଟଣାକୁ ସାରା ରାଜ୍ୟରେ ନିନ୍ଦା କରାଯାଇଛି। ଗଜପତି ଜିଲ୍ଲାରେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଉତ୍କଳ ସାମ୍ବାଦିକ ସଂଘ ଗଜପତି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣାକୁ ନିନ୍ଦା କରିବା ସହ ଘଟଣାର ମୂଖ୍ୟ ଅଭିଯୁକ୍ତ ଠିକାଦାର ଗଜେନ୍ଦ୍ର ଦଳାଇକୁ ତୁରନ୍ତ ଗିରଫ କରିବା ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବାକୁ ଦାବୀ କରିଛି ସାମ୍ବାଦିକ ସଙ୍ଘ। ବହୁ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏଥିରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଧାନ ଚୌଧରି , ସମ୍ପାଦକ ସୁଜିତ ବିଷୋୟୀ , ବରିଷ୍ଠ ସାମ୍ବାଦିକ ପ୍ରଦୀପ ନାୟକ, ଦ୍ବୀଜେନ୍ଦ୍ରନାଥ ପାଢ଼ୀ, ସରୋଜ ବିରା, ଦିଲିପ ଶତପଥୀ, ପ୍ରେମ ଲାଲ ମିଶ୍ର, ଶିଶିର ଗୈାଡ, ପ୍ରଭାତ ପାତ୍ର, ବିଜୟ ଗୈାଡ, ନୃସିଂହ ପ୍ରସାଦ ପଟନାୟକ, କୈଳାସ ସ୍ବାଲସିଂ, ଆମୋଦ ବର୍ଦ୍ଧନ, ପି ଅଶୋକ କୁମାର, ଏମ ଶେଖର ,ଅମିତ ପଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ।