ଆର.ଏ.ଏଫ ର “ବେଟି ପଢ଼ାଅ ବେଟି ବଚାଓ” ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବାରିପଦା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ବିଭିନ୍ନ ପ୍ରକାର ସଚେତନତା ପାଇଁ ବୁଧବାର CRPF ର ରାପିଡ଼ ଆକ୍ସନ ଫୋର୍ସ ସାଇ କମାଣ୍ଡେଣ୍ଟ ରାଜୀବ କୁମାର ଙ୍କ ନେତୃତ୍ୱରେ ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ 106 RAF ପକ୍ଷରୁ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ରାପିଡ଼ ଆକ୍ସନ ଫୋର୍ସ କଣ,ସେମାନେ କଣ କାର୍ଯ୍ୟ କରିଥାନ୍ତି,ଦଙ୍ଗା କୁ କିଭଳି ନିୟନ୍ତ୍ରଣ କରିଥାନ୍ତି,ଏବଂ କେଉଁ ସମୟରେ କେଉଁ ପ୍ରକାର ଅସ୍ତ୍ର ବ୍ୟବହାର କରିଥାନ୍ତି ଏବଂ ତାର କାର୍ଯ୍ୟକାରିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।

ଏଥି ସହିତ “ବେଟି ପଢ଼ାଅ ବେଟି ବଚାଓ,ନଶାପାନ ରୁ ନିଜକୁ ଦୁରେଇ ରଖିବା,ପ୍ରକୃତି କୁ ଭଲ ପାଇବା,ଏବଂ ନିଜ ମା ବାପା ଗୁରୁଜନ ମାନଙ୍କୁ ସମ୍ମାନ କରିବା ଇତ୍ୟାଦି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିବା କଥା କହିଛନ୍ତି ସାଇ କମାଣ୍ଡେଣ୍ଟ ରାଜୀବ କୁମାର।

ଏହି କାର୍ଯ୍ୟକ୍ରମରେ 106 RAF ର ଅନ୍ୟ କର୍ମଚାରୀ ମାନଙ୍କ ସହିତ ପୋଲିସ ପ୍ରଶାସନ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇ ଥିଲେ।

LEAVE A REPLY

Please enter your comment!
Please enter your name here