ବର୍ଷାଙ୍କ ‘ୱାଇଫ’ ବନାମ ଅନୁଭବଙ୍କ ‘ନିର୍ଯାତିତ ସ୍ୱାମୀ’ କାହାଣୀ ଭାଇରଲ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବର୍ଷା ଓରଫ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ୱାଇଫ ଚଳଚିତ୍ର ପରେ ଏବେ ହଠାତ ତାତିଯାଇଛନ୍ତି ତାଙ୍କ ପୂର୍ବ ସ୍ୱାମୀ ଅଭିନେତା ଅନୁଭବ ମହାନ୍ତି । କେବଳ ତାତି ନାହାନ୍ତି ନିଜ ସୋସିଆଲ ମିଡିଆ ଏକ୍ସରେ ସ୍ୱାମୀ ସ୍ତ୍ରୀଙ୍କ ଭିତର କଥାକୁ ବଖାଣିବା ସହ ପବ୍ଲିକ ଲାଇଭ ଡିବେଟକୁ ଆସି ସାମ୍ନା କରିବାକୁ ବର୍ଷାଙ୍କୁ ଆହ୍ୱାନ ଦେଇଛନ୍ତି । ୱାଇଫ ଚଳଚିତ୍ରରୁ ଅନୁଭବ ଏତେ ମାତ୍ରାରେ ଆଘାତ ପାଇଛନ୍ତି ଯେ, ନିଜକୁ ଜଣେ ନିର୍ଯାତିତ ସ୍ୱାମୀ ଭାବେ ବି ଦର୍ଶାଇଛନ୍ତି । ଅଭିନେତା ରୁ ରାଜନେତା ପାଲଟିଥିବା ଅନୁଭବ ବର୍ଷାଙ୍କୁ ମିସ ବର୍ଷା ବୋଲି ଉଲ୍ଲେଖ କରି ଚ୍ୟାଲେଞ୍ଜ ବି କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଅନୁଭବ-ବର୍ଷାଙ୍କ ବିବାଦ ସମସ୍ତେ ଜାଣନ୍ତି । ଘରୋଇ ହିଂସା, ନିର୍ଯାତନା ଅଭିଯୋଗ ଆଣି ବର୍ଷା ଅନୁଭବଙ୍କୁ କୋର୍ଟକୁ ଟାଣିଥିଲେ । ସେଠାରେ ଅନୁଭବ ଦେଖାଇ ଦେଲେ ନିର୍ଯାତନା ସେ ଦେଇ ନାହାନ୍ତି ବରଂ ସେ ନିର୍ଯାତିତ ହୋଇଛନ୍ତି । କୋର୍ଟରେ ଫର୍ଦ୍ଦଫର୍ଦ୍ଦ କରି ଖୋଲିଦେଲେ ବର୍ଷାଙ୍କ କଥା । ପତି ପତ୍ନୀଙ୍କ ମଧ୍ୟରେ କୌଣସି ପ୍ରକାର ସ୍ୱାଭାବିକ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ ବର୍ଷା । ଏକଥା ଅନୁଭବ ଦର୍ଶାଇଥିଲେ । ଶେଷରେ ନିର୍ଯାତନା ମାମଲା ଓଲଟିବା ସହ ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

ୱାଇଫ ଚଳଚିତ୍ରରେ ବର୍ଷା ତାଙ୍କ ନିଜ ସହ ଘଟିଥିବା କଥାକୁ ଚିତ୍ରିତ କରିଥିବା ଦର୍ଶକ କହୁଛନ୍ତି । କାହାଣୀର ପ୍ରତିଟି ଦୃଶ୍ୟ କାଳେ ଅନୁଭବଙ୍କୁ ଜଣେ ନିର୍ଯାତନାକାରୀ ବୋଲି ଦର୍ଶାଇ ଦେଇଛି । ବର୍ଷାଙ୍କର ଏହି ଚଳଚିତ୍ର ପରେ ଏବେ ପୁଣି ଥରେ ବର୍ଷା ଅନୁଭବ ବିବାଦ ତେଜିଛି ।

ଅନ୍ୟପଟେ ଅନୁଭବ ମଧ୍ୟ ତାଙ୍କ ଏକ୍ସରେ ଲମ୍ବା କାହାଣୀ ଲେଖିଛନ୍ତି । ସେ ଦର୍ଶାଇଛନ୍ତି ବର୍ଷା କିପରି ତାଙ୍କୁ ନିର୍ଯାତନା ଦେଇଥିଲେ । ଏପରିକି ବର୍ଷାଙ୍କୁ ସେ ପବ୍ଲିକ ଲାଇଭ ଡିବେଟକୁ ଆସିବାକୁ ଆହ୍ୱାନ ଦେଇଛନ୍ତି । ବର୍ଷାଙ୍କ ୱାଇଫ ଚଳଚିତ୍ର ତାଙ୍କୁ ଏତେ ମାତ୍ରାରେ ଆଘାତ ଦେଇଛି ଯେ, ଅନୁଭବ ଖୋଲି ଦେଇଛନ୍ତି ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ପ୍ରତିଟି ଦିଗକୁ । ଏହା ପରେ ଏବେ ସୋସିଆଲ ମିଡିଆରେ ବର୍ଷା ଅନୁଭବଙ୍କ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

LEAVE A REPLY

Please enter your comment!
Please enter your name here