ନିର୍ବାଚନ କମିଶନ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜନୈତିକ ଦଳରେ ସମ୍ପ୍ରତି ଦଳବଦଳ ଧାରା ଏବଂ ଦଳବଦଳ ଗୋଷ୍ଠୀକୁ ପ୍ରକୃତ ପାର୍ଟି ମାନ୍ୟତା ଓ ଚିହ୍ନ ମିଳୁଥିବାରୁ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏନସିପିରେ ବିଦ୍ରୋହ ପରେ ଶରଦ ପାୱାର ଓ ଅଜିତ ପାୱାର ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ପ୍ରଦାନ ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହି ଧାରାକୁ ସମାଲୋଚନା କରି ଏହା ମତଦାତାଙ୍କ ପ୍ରତି ଉପହାସ ବୋଲି କହିଛନ୍ତି ।

 

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗୋଷ୍ଠୀର ଏକ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ବର୍ତ୍ତମାନର ଦଳବଦଳ ସ୍ଥିତି ସମ୍ବିଧାନର ୧୦ମ ସୂଚୀକୁ ଅଣଦେଖା କରୁଛି, ଯାହାକି ଦଳବଦଳ ଓ ଏହାର ପରବର୍ତ୍ତୀ ରାଜନୈତିକ ଅସ୍ଥିରତାକୁ ରୋକିବା ପାଇଁ ଲାଗୁ କରାଯାଇଥିଲା ।

ରାଜନୈତିକ ଦଳରେ ଦଳବଦଳ ଓ ପରେ ଦଳ ବଦଳାଇଥିବା ଗୋଷ୍ଠୀକୁ ନିର୍ବାଚନ କମିଶନ ପକ୍ଷରୁ ଅସଲି ଦଳ ମାନ୍ୟତା ଓ ଚିହ୍ନ ପ୍ରଦାନ କରାଯାଉଛି । ନିର୍ବାଚନ କମିଶନ କୌଣସି ଗୋଷ୍ଠୀକୁ ସଂଗଠନାତ୍ମକ ଶକ୍ତି ଆଧାରରେ ନୁହେଁ ବରଂ କେବଳ ଆଇନଗତ ଶକ୍ତି ଆଧାରରେ ମାନ୍ୟତା ଦେଉଛନ୍ତି । ଏହା ବିଭାଜନକୁ ମାନ୍ୟତା ଦେବା ଭଳି ମନେ ହେଉଛି ଯାହାକି ୧୦ ସୂଚୀ ଅନୁଯାୟୀ ସ୍ବୀକୃତ ନୁହେଁ । ଏହା ଦଳବଦଳକୁ ଅଧିକ ପ୍ରୋତ୍ସାହିତ କରୁଛି । ଏପରି ଭାବେ କେହି ବି ଦଳବଦଳ କରି ଚିହ୍ନ ଦାବି କରିପାରିବେ । କ’ଣ ଏହା ଭୋଟରଙ୍କ ପ୍ରତି ଉପହାସ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ l

LEAVE A REPLY

Please enter your comment!
Please enter your name here