ପରଲୋକରେ ଭେଟେରାନ ଆକ୍ଟର ବିବେକ ଲାଗୁ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଲଉଡ ଇଣ୍ଡଷ୍ଟ୍ରିରୁ ବାରମ୍ବାର ଦୁଃଖଦ ଖବର ସାମ୍ନାକୁ ଆସୁଛି । ବରିଷ୍ଠ ଅଭିନେତା ବିବେକ ଲାଗୁଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରର ସାଂସ୍କୃତିକ ବ୍ୟାପାର କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ଶେଲାର ଦିବଂଗତ ଅଭିନେତାଙ୍କ କାର୍ଯ୍ୟର ପ୍ରଶଂସା କରିଛନ୍ତି । ସେ ଭଳି ବ୍ୟକ୍ତିତ୍ବଙ୍କୁ ହରାଇ କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ଭାଙ୍ଗି ପଡିଛନ୍ତି । ଏହା ସହିତ ତାଙ୍କ ଆତ୍ମାର ସଦଗତି ଏବଂ ପରିବାରକୁ ଶକ୍ତି ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ଅଭିନୟର ଯାଦୁ ଏବଂ ସ୍ପର୍ଶକତାକୁ ମନେପକାଇ ଅନେକ ବଡ ପଦସ୍ତ ବ୍ୟକ୍ତି Xରେ ଟ୍ବିଟ୍ କରିଛନ୍ତି ।ଦିଗନ୍ତ ଅଭିନେତା ବିବେକ ଲାଗୁ ହିନ୍ଦୀ ଏବଂ ମରାଠୀ ଫିଲରେ କାମ କରି ବେଶ୍ ଜଣାଶୁଣା ହୋଇଥିଲେ । ସେ ଫେମସ୍ କଳାକାର ଅଭିନେତ୍ରୀ ରୀମା ଲାଗୁଙ୍କୁ ବିବାହ କରିଥିଲେ । ଯିଏ କି ’’ ଶ୍ରୀମାନ ଶ୍ରୀମତି ’’ ଶୋ’ରେ ଏକ ଭୂମିକା ପାଇଁ ଚର୍ଚ୍ଚିତ ହୋଇଥିଲେ ।

୧୯୭୬ ମସିହାରେ ପରସ୍ପର ସହ ଦେଖା ହୋଇଥିଲା । ତାଙ୍କ ଧର୍ମ ପତ୍ନୀ ରୀମା ଲାଗୁଙ୍କର ୨୦୧୭ରେ ଦେହାନ୍ତ ହୋଇଥିଲା । ଯଦି ବିବେକ ଲାଗୁଙ୍କ କ୍ୟାରିୟର ସମ୍ପର୍କରେ କୁହାଯାଏ ତେବେ ସେ ଫିଲ୍ମ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ସେ ହିନ୍ଦୀ ଏବଂ ମରାଠୀ ଫିଲ୍ମ ପାଇଁ ଅନେକ କାମ କରିଥିଲେ । ୨୦୧୩ରେ ରିଲିଜ ହୋଇଥିବା ଅଗ୍ଲି, ସର୍ବ ମଙ୍ଗଳ ସାବଧାନ(୨୦୧୬) ଏବଂ ଡ୍ବାଟ୍ ଆବାଉଟ ସାଭକର(୨୦୧୫)ମାଧ୍ୟମରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସଫଳ ହୋଇଥିଲେ ଭେଟେରାନ ଆକ୍ଟର ବିବେକ ଲାଗୁ ।

LEAVE A REPLY

Please enter your comment!
Please enter your name here