ବେଆଇନ ବାଲି ଚାଲାଣ ଉପରେ ଗ୍ରାମବାସୀଙ୍କ ବିରୋଧ

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବଡ ନଦୀ ପଠାରୁ ବେ ଆଇନ ଭାବେ ଚୋରାରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଋଷିପୁରୁ ଗ୍ରାମ ବାସୀ ପକ୍ଷରୁ ପ୍ରଶାସନ ପାଖରେ ବହୁ ବାର ଧରି ଅଭିଯୋଗ କରିଥିବା ବେଳେ କାର୍ଯ୍ୟନୁଷ୍ଠାନ ହୋଇ ନଥିଲା l ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଶେଷରେ ମେଳି ବାନ୍ଧି ନଦୀ ପଠାରେ ଚୋରା ଚାଲାଣ ହେଉଥିବା ଟ୍ରାକ୍ଟରକୁ ଅଟକାଇ ଥିଲେ l ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଘଟଣା ସ୍ଥଳକୁ ତହସିଲ କାର୍ଯ୍ୟାଳୟର ଅଧିକାରୀ ମାନେ ପହଞ୍ଚି ଗାଡ଼ି ଜବତ କରି ପାଇନ ଇନପୋଜ କରି ପୋଲିସରେ ଅଟକ ଗାଡ଼ି ଜୀମା ଦେଇଛନ୍ତି l

ବିନା ଲିଜରେ ୱାଇ ଫର୍ମ ନଥାଇ ସାରା ରାତି ଋଷିପୁରୁ ଗ୍ରାମ ର ପାର୍ଶ୍ଵରେ ପ୍ରଭାବିତ ବଡ ନଦୀ ପଠାରୁ ରୀତିମତ ଚାଲାଣକୁ ବିରୋଧ କରିବାରୁ ବାଲି ଚୋରା ଚାଲାଣ ରେ ସମ୍ପୁକ୍ତ ବାଲି ମାଫିଆ ମାନେ ଶାସକ ଦଳର ପ୍ରତିନିଧି ବୋଲାଉ ଥିବା ବ୍ୟକ୍ତି ବିଶେଷ ଓ ଗୁଣ୍ଡା ଶ୍ରେଣୀର ଲୋକମାନେ ଗ୍ରାମ ବାସିକୁ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି l

ରୀତିମତ ଭାବେ ଦିନରାତି ଏକ କରି ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବାରୁ ଗ୍ରାମ ପ୍ରତି ବନ୍ୟା ଭୟ ରହୁଥିବା ଅଭିଯୋଗ ଆସିଛି l ଏ ନେଇ ବହୁବାର ଗ୍ରାମବାସୀ ପକ୍ଷରୁ ସବୁ ମହଲରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନହେବା କ୍ଷୋଭର କାରଣ ହୋଇଛି l

ଘଟଣା ସ୍ଥଳରେ ବାଲି ଗାଡ଼ିକୁ ଗ୍ରାମବାସୀ ମାନେ ରଙ୍ଗହାତରେ ଧରିବା ବେଳେ ସମ୍ପୁକ୍ତ ଗାଡ଼ି ମାଲିକ ପାଖରେ ୱାଇ ଫର୍ମ ନଥାଇ ବାଲି ଚାଲାଣ କରିଥିବା ସ୍ବୀକାର କରିଛନ୍ତି l ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଶେଷରେ ମେଳି ବାନ୍ଧି ନଦୀ ପଠାରେ ଚୋରା ଚାଲାଣ ହେଉଥିବା ଟ୍ରାକ୍ଟରକୁ ଅଟକାଇ ଥିଲେ l ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଘଟଣା ସ୍ଥଳକୁ ତହସିଲ କାର୍ଯ୍ୟାଳୟର ଅଧିକାରୀ ମାନେ ପହଞ୍ଚି ଗାଡ଼ି ଜବତ କରି ପାଇନ ଇନପୋଜ କରି ପୋଲିସରେ ଡ୍ରାଇଭର କୁ ଅଟକ ରଖି ଗାଡ଼ି ଗୁଡିକୁ ତହସିଲ ଅଫିସ ରେ ଜୀମା ଦେଇଛନ୍ତି l ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଆସିକା ତହସିଲ ଏବଂ ପୋଲିସ ମିଳିତ ଚଢ଼ାଉ କରି ଗାଡିକୁ ଜବତ କରିଛି ବୋଲି ତହସିଲଦାର ସଂଗୀତା ସୋରେନ କହିଛନ୍ତି l

LEAVE A REPLY

Please enter your comment!
Please enter your name here