ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଦିନିକିଆ ଗଞ୍ଜାମ ଗସ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂ। ଆଜି ବ୍ରହ୍ମପୁର ସ୍ଥିତ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟରେ ପହଞ୍ଚିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଏବଂ ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀମତୀ ରୁପଶ୍ରି ଚୌଧୁରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହ ପୁଲିସ୍ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରା ଯାଇ ଥିଲା।ପରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରକୁ ଯାଇ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ।ନୂତନ ଭାବେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ କୋର୍ଟ କମ୍ପ୍ଲେକ୍ସ ପ୍ରକଳ୍ପ ନକାସକୁ ଦେଖିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।