ଭୋଟର ଶୂନ୍ୟ ଗାଁ

0
Oplus_131072

ବେଲଗୁଣ୍ଠା ( ବିପ୍ଲବୀ ପରିକ୍ରମା ):- ଗାଁ ଅଛି, ହେଲେ ଲୋକ ନାହାଁନ୍ତି । ଭଲ ରାସ୍ତା, ପିଇବା ପାଣିର ବ୍ୟବସ୍ଥା, ବିଜୁଳି ଆଲୁଅ ଭଳି ସମସ୍ତ ସୁବିଧା ରହିଛି । ହେଲେ ଏସବୁକୁ ବ୍ୟବହାର କରିବାକୁ, କୈାଣସି ଲୋକ ନାହାଁନ୍ତି । କାହା ଘର ତାଲା ପଡିଛି ତ’ , ଆଉ କାହାର ଘର ଭାଙ୍ଗିରୁଜି ଗଲାଣି । ଗଛରେ ଫୁଲ ଓ ଫଳ , ସେମିତି ଝଡି ପଡୁଛି । ତାହା ତୋଳିବାକୁ କେହି ନାହାନ୍ତି । ଏ ହେଉଛି “ଛତାବର” ଗାଁର ଦୃଶ୍ୟ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବେଣିପଲ୍ଲୀ ପଞ୍ଚାୟତର ଏକ ରାଜସ୍ୱ ଗ୍ରାମ ।

Oplus_131072

କୁହାଯାଏ, ପ୍ରାୟ ଶହେ ବର୍ଷର ଏହି ଗାଁ ।ହେଲେ, ଏବେ ଏହି ଗାଁରେ କେହି ଲୋକ ନାହାଁନ୍ତି । ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସଦସ୍ୟ ଏଠାରେ ରହିଆସୁଥିଲେ । ବେଲଗୁଣ୍ଠା ବ୍ଳକ୍ ବେଣିପଲ୍ଲୀ ପଞ୍ଚାୟତର, ୧୦ ନମ୍ବର ଓ୍ବାର୍ଡ ହେଉଛି, ଏହି ଗାଁ । ସେହି ଅନୁସାରେ ଲୋକଙ୍କ ମୈାଳିକ ଆବଶ୍ୟକତା କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା, ପିଇବା ପାଣି ପାଇଁ ସୈାର ଯନ୍ତ୍ର ଚାଳିତ ପାନୀୟ ଜଳର ଯୋଗାଣ, ନଳକୂଅ ଏବଂ ବିଜୁଳି ଆଲୁଅ ଭଳି ବ୍ୟବସ୍ଥା ହୋଇଛି । ଏସବୁ ସତ୍ବେ, ଏଠାକାର ଲୋକେ ଏବେ, ଆଉ ଛତାବର ଗାଁ ରେ ରହିବାକୁ ଇଛା କଲେ ନାହିଁ । ଆଖପାଖ ଗାଁକୁ ସମସ୍ତେ ଚାଲିଗଲେ ।

Oplus_131072

ଫଳରେ ଗାଁ ଏବେ ଜନଶୂନ୍ୟ ହୋଇପଡିଛି । ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ରହିଛି ଏହି ଗାଁ । ବର୍ତମାନ ସମୟରେ ଏହି ଗାଁ କୁ ଏଥିପାଇଁ ଖୋଜା ପଡିଛି, ଆଗକୁ ନିର୍ବାଚନ । ଅତୀତରେ ଯେତେ ବି ନିର୍ବାଚନ ଆସିଛି, ସମସ୍ତ ପ୍ରାର୍ଥୀ ଏହି ଗାଁ କୁ ଆସିଛନ୍ତି । ଗାଁ ରେ ପ୍ରଚାର ଗାଡ଼ି ବୁଲିଛି । ନିଜ ସପକ୍ଷରେ ଭୋଟରଙ୍କୁ ମନାଇଛନ୍ତି ନେତା । ହେଲେ ଏବେ ପରିସ୍ଥିତି ଏମିତି ହୋଇଛି, ନା’ ଏଠାକୁ କୈାଣସି ଦଳର ପ୍ରଚାର ଗାଡ଼ି ଆସିବ, ନା’ ପ୍ରଚାର କରିବାକୁ ନେତା ଆସିବେ । ଏବେ ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି, ଛତାବର ଗାଁ ।

 

 

 

LEAVE A REPLY

Please enter your comment!
Please enter your name here