ଓଡ଼ିଶାରେ ଅସୁରକ୍ଷିତ କଲରାପତରିଆ ବାଘ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-ଓଡ଼ିଶାରେ ଅସୁରକ୍ଷିତ କି କଲରାପତରିଆ ବାଘ ? ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ବଢ଼ିଥିବା ବେଳେ, ଓଡ଼ିଶାରେ କମୁଥିବା ସୂଚନା ମିଳିଛି l ଏ ନେଇ ମେ’ ମାସରୁ ରାଜ୍ଯ ସରକାର ଗଣିବେ କଲରାପତରିଆ ବାଘ । ନିଜସ୍ବ ଉଦ୍ଯମରେ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ସେଥିପାଇଁ NTCA ରିପୋର୍ଟକୁ ତର୍ଜମା କରାଯାଉଛି। ତେବେ ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ିଛି । ତେଣୁ ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ।

ପ୍ରଥମତଃ ଏହା NTCAର ଏକ ଆକଳନ ରିପୋର୍ଟ । ଦ୍ଵିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ। ତେବେ ୨୦୧୮ ଆକଳନ ବେଳେ ୧୪ ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା । ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ। ତେବେ ୨୦୨୨ରେ ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର। NTCAର କଲରାପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ।

କିନ୍ତୁ ସେମାନେ ବହୁତ କମ ଅଞ୍ଚଳରେ କ୍ୟାମେରା କଭର କରିଥିବାରୁ ଆକଳନ ନେଇ ସହମତ ହୋଇପାରିନାହୁଁ ବୋଲି ପିସିସିଏଫ କହିଛନ୍ତି। ଭାରତର କେନ୍ଦ୍ରାଞ୍ଚଳ ଏବଂ ପୂର୍ବଘାଟ ଅଞ୍ଚଳରେ ଓଡ଼ିଶା ସମେତ ଛତିଶଗଡ଼ ଓ ତେଲେଙ୍ଗାନାରେ କଲରାପତରିଆ ବାଘ ସଂଖ୍ୟା ଖସିବାକୁ ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here