ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଇନରେ ପରିଣତ ହେଲା ୱାକଫ୍ ସଂଶୋଧନ ବିଲ୍ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଛି । ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୨୨୮ଟି ଭୋଟ୍ ପଡ଼ିଥିଲା ବେଳେ ଏହା ବିରୋଧରେ ୨୩୨ଟି ଭୋଟ୍ ପଡ଼ିଥିଲା । ଅନ୍ୟପଟେ ରାଜ୍ୟସଭାରେ ୧୨୮ ଜଣ ସାଂସଦ ୱାକଫ୍ ବିଲ୍କୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ । ଏବେ ଏହା ଆଇନରେ ପରିଣତ ହୋଇସାରିଛି । ତେବେ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ଏଆଇଏମଆଇଏମ୍ ସୁପ୍ରିମକୋର୍ଟରେ ବିଲ୍ ବିରୋଧରେ ଆବେଦନ କରିଛନ୍ତି ।
ପ୍ରକୃତରେ, ‘ୱକଫ’ ଆରବି ଶବ୍ଦ ‘ୱକୁଫା’ରୁ ଆସିଛି, ଯାହାର ଅର୍ଥ ରୋକିବା ବା ପ୍ରତିବନ୍ଧକ। ଯଦି ଆଇନଗତ ଦୃଷ୍ଟିରୁ ବୁଝାଯାଏ, ତେବେ ୱାକଫର ଅର୍ଥ ହେଉଛି- ଇସଲାମ ଧର୍ମର ବ୍ୟକ୍ତିଟିଏ ଯଦି ନିଜର ଘର, ଜମି, ଟଙ୍କା କିମ୍ୱା କୌଣସି ମୂଲ୍ୟବାନ ଧାତୁ ଧାର୍ମିକ ଅନୁଷ୍ଠାନକୁ ଦାନ କରନ୍ତି ତେବେ ସେହି ସମ୍ପତ୍ତି ୱାକଫ ହୋଇଯାଏ। ଏହି ଦାନ ସମ୍ପତ୍ତିକୁ ‘ଆଲ୍ଲହାଙ୍କ ସମ୍ପତ୍ତି’ କୁହାଯାଏ। ଯେଉଁ ବ୍ୟକ୍ତି ସମ୍ପତ୍ତି ଦାନ କରନ୍ତି ତାଙ୍କୁ ‘ୱାକିଫା’ କୁହାଯାଏ। ଏହି ସମ୍ପତ୍ତିଗୁଡ଼ିକୁ ବିକ୍ରି କରାଯାଇପାରିବ ନାହିଁ କି ଧର୍ମ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ।
କିନ୍ତୁ ଏହି ବିଲ କୁ ନେଇ ରାଜ୍ୟର ଜାତୀୟ ଦଳ ହେଉ କିମ୍ବା ତୃଣମୂଳ ଦଳ ମଧ୍ୟରେ , ବେଶ ତୁମ୍ବି ତୁଫାନ ଦେଖାଦେଇଛି l ଖଣ୍ଡ ଖଣ୍ଡ ହବାରେ ଲାଗିଛି ବିଜେଡ଼ି । ୱାକଫ ବୋର୍ଡ଼ର ଭୋଟକୁ ନେଇ ପୁରା ବିଜେଡ଼ି ଭିତରେ କମ୍ପନ ତ ନୁହେଁ, ଫାଟିବା ଆରମ୍ଭ ହେଲାଣି । ନେତାଙ୍କ ବିରୁଦ୍ଧରେ ନେତା ଅଭିଯୋଗ କରିବା ଆରମ୍ଭ କଲେଣି । କାର୍ଯ୍ୟାନୁଷ୍ଠାନ ବି ଦାବୀ କଲେଣି । ଦେଖିବାକୁ ଗଲେ ଦଳ ଭିତରେ ବିଜୁ ସମର୍ଥକ ଓ ନବୀନ ସମର୍ଥକ ମୁହାଁମୁହିଁ ହବା ସ୍ଥିତିରେ ପହଞ୍ଚି ଗଲେଣି । ବିଜେଡ଼ିର ଅଧ ପତନ ଆରମ୍ଭ ହେଲା ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହୁଛନ୍ତି । ଟିକେ ନଜର ପକେଇ ଦେବା ୱାକଫ ବୋର୍ଡ଼ ପରେ ବିଜେଡ଼ି ଭିତରର ସ୍ଥିତି କୁ ।
ୱାକଫ ବୋର୍ଡ଼ ସଂଶୋଧିତ ବିଲକୁ ବିରୋଧ କରିବେ ବୋଲି ନବୀନ ଘୋଷଣା କରିଥିଲେ । ଏପରିକି ନବୀନ ପ୍ରତିଶୃତି ବି ଦେଇଥିଲେ ସଂଖ୍ୟା ଲଘୁ ମାନଙ୍କୁ । ହେଲେ ଠିକଣା ବେଳରେ ନବୀନ କହିଦେଲେ ବିବେକ ଅନୁଯାଇ କାମ କର । ନବୀନଙ୍କର ଅନୁଗତ ବା ନବୀନଙ୍କର ମାନସ ପୁତ୍ର କୁହାଯାଉଥୁବା ଭିକେପାଣ୍ଡିଆନଙ୍କ ଅତି ଅନ୍ତରଙ୍ଗ ଏମପି ଶସ୍ମିତ ପାତ୍ର ଖୋଲା ଖୋଲି ବିଜେପିକୁ ସମର୍ଥନ କଲେ । ଅର୍ଥାତ, ୱାକଫ ବୋର୍ଡ଼ ସଂଶୋଧନ ବିଲକୁ ସମର୍ଥନ କଲେ ।
ସାଂସଦ ମୁନା ଖାଁ ବିରୋଧ କଲେ । ଦେବାଶିଷ ସାମନ୍ତରାୟ ଚୁପ ରହିଲେ । ଅନ୍ୟ କିଏ କଣ କରିଛି ଜଣା ନାହିଁ । କିନ୍ତୁ ବିଜେଡ଼ିର ସାଂସଦ ମାନେ ଯେ ୱାକଫ ବିଲକୁ ସମର୍ଥନ କରିଛନ୍ତି ଏହା ସ୍ପଷ୍ଟ । ଏହା ପରେ ଆରମ୍ଭ ହୋଇଯାଇଛି ଦଳ ଭିତରେ ବାଡ଼ିଆ ପିଟା । ବଦ୍ରୀ ପାତ୍ର ଯାହା କହିଥିଲେ, ଆଜି ତାଠୁ ଅଧିକ ଆଗକୁ ପଳେଇଛନ୍ତି ପ୍ରତାପ ଜେନା । ବିଧାୟକ ଗଣେଶ୍ୱର ବେହେରା ତ ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ପ୍ରତାପ ଜେନା ବିଜେଡ଼ିର ବରିଷ୍ଠ ନେତା ୱାକଫ ବିଲ ସପକ୍ଷରେ ଭୋଟ ଦେଇଥିବା ଏମପି ସସ୍ମିତ ପାତ୍ରଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ । ଦଳର ସୁପ୍ରିମୋଙ୍କୁ ଚିଠି ବି ଲେଖିଛନ୍ତି ।
ଏମିତି ବାଡ଼ିଆ ପିଟା ଭିତରେ କଂଗ୍ରେସ ଓ ବିଜେପି, ବିଜେଡ଼ି ଉପରେ ନିଆଁ ହୁଳା ବର୍ଷିଲା ଭଳି ବର୍ଷୁଛନ୍ତି । ବିଜେଡ଼ି ନେତୃତ୍ୱ ସଙ୍କଟ ପାଇଁ ଭାଙ୍ଗୁଥୁବା ବିଜେପି କହିଲା । ଅନ୍ୟ ପକ୍ଷରେ ବୁଦ୍ଧିଜୀବୀ ମାନେ କହିବା କଥା ବିଜେଡ଼ିକୁ ଭାଙ୍ଗିବା ପାଇଁ ଡ଼ିଲ କରାଯାଇଛି । ଉପରେ କ୍ରିମ ନେଇ ବିଜେଡ଼ିକୁ ଭାଙ୍ଗିଦେବ । ତଳେ ୫୧ ବିଧାୟକ ହେଇଯିବେ ମୂଲ୍ୟ ହୀନ । ରାହା ନ ପାଇ ଶେଷରେ ଏଣେ ତେଣେ ବୁଲିବେ । ଆଉ ମାଗଣାରେ ବାଳିଆ ପାଇଲା ଭଳି ବିଜେପି ସଂଖ୍ୟା ମାଡ଼ି ବସିବ । ଏଭଳି ଚାଲ କାଳେ ଦିଲ୍ଲୀରେ ତିଆରି ହୋଇଛି । ଦେଖାଯାଉ ବିଜେଡ଼ିରେ ହେଉଥୁବା ଏଭଳି ପରିସ୍ଥିତି ଧରା ପଡୁଛି ନା ବିଜେଡ଼ି ଭାଙ୍ଗିଯାଉଛି ।