ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପ୍ରାୟ ଦେଢ଼ ବର୍ଷ ହେଲା ପାଣି ସମସ୍ୟା ରେ ଯୁଝି ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଲିଲିଗଡ ପଞ୍ଚାୟତ ଢେପlପଦର ଗ୍ରାମବାସୀ l ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଗାଁରେ ପାଇପ ଲଗାଯାଇଥିଲେ ମଧ୍ଯ ପାଣି ମିଳୁନି l ଏନେଇ ମୋହନା ବିଡିଓ, ପଞ୍ଚାୟତ ର ସରପଞ୍ଚ, ୱାର୍ଡ ମେମ୍ବର ସମସ୍ତଙ୍କୁ ଜଣାଇଲେ ମଧ୍ଯ କେହି ଶୁଣୁନାହାନ୍ତି l ତେଣୁ ଗାଁର ପାଣି ସମସ୍ୟା ଦୂର ନହେଲେ ଖୁବ ଶୀଘ୍ର ଆନ୍ଦୋଳନ ସହ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ମହିଳା ମାନେ l ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଗାଁରେ ପ୍ରାୟ 70 ପରିବାର ଅଛନ୍ତି l ପିଇବା ପାଣି ପାଇଁ ନଳକୂପ ଖୋଳlଯାଇଥିଲା l ହେଲେ ନଳକୂପରୁ ଲାଲ୍ ରଙ୍ଗର ପାଣି ବାହାରିଲା l ଏନେଇ ବିଡ଼ିଓଙ୍କୁ ଜଣାଇଥିଲେ ଗ୍ରାମବାସୀ l ଏହାପରେ ଉକ୍ତ ନଳକୂପ କୁ ସିଲ କରିଦେଇଛନ୍ତି ପ୍ରଶାସନ l ଏହାପରେ ପାନୀୟ ଜଳ ସୁବିଧା ପାଇଁ ଗାଁକୁ ପାଇପ ସଂଯୋଗ କରାଯାଇଛି l କିଛି ଦିନ ପାଣି ଆସିବା ପରେ ଏବେ ପ୍ରାୟ ଦେଢ଼ ବର୍ଷ ହେଲା ଆଉ ପାଣି ଆସୁନି l ତେଣୁ ବାଧ୍ୟ ହୋଇ ନାଳ, ଝରଣlରୁ ପାଣି ଆଣି ପିଉଥିବା କହିଛନ୍ତି ଗ୍ରାମବାସୀ l ଏଥିଯୋଗୁଁ ଲୋକେ ଅନେକ ସମୟରେ ରୋଗ ବେମାରରେ ପଡିଛନ୍ତି l ଏନେଇ ପଂଚାୟତରେ ଜଣାଇଲେ କେଉଁଠି ପାଇପ ଫାଟି ଯାଇଥିବ କହି ଚୁପ ରହୁଛନ୍ତି l କିନ୍ତୁ ଗାଁର ପାଣି ସମସ୍ୟl ଦୂର କରିବାକୁ କେହି ପଦକ୍ଷେପ ନେଉନାହାନ୍ତି l ତେଣୁ ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି l ଯଦି ତୁରନ୍ତ ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ମହିଳା ମାନେ l