କରାଚୀ ବନ୍ଦରକୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ଥିଲୁ : ଏଏନ୍ ପ୍ରମୋଦ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ‘ଅପରେସନ ସିନ୍ଦୂର’ ଅଧୀନରେ 9ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଏବଂ ଏହାର ପ୍ରଭାବ ସମ୍ପର୍କରେ ଏକ ପ୍ରେସ ବ୍ରିଫିଂ କରିଛନ୍ତି ଡିରେକ୍ଟର ଜେନେରାଲ ଅଫ ନାଭାଲ୍ ଅପରେସନ(ଡିଜିଏନଓ) ଭାଇସ୍ ଆଡମିରାଲ ଏଏନ ପ୍ରମୋଦ । ସେ କହିଛନ୍ତି ଯେ, ଅପରେସନ ସିନ୍ଦୂର ଅଧୀନରେ, ଭାରତୀୟ ନୌସେନା ସମୁଦ୍ରରୁ ପାକିସ୍ତାନର ସାମରିକ ଘାଟିଗୁଡ଼ିକୁ ଧ୍ୱଂସ କରିବା ପାଇଁ ପୂର୍ଣ୍ଣରୂପେ ପ୍ରସ୍ତୁତ ଥିଲା । ଏଥିରେ କରାଚୀ ବନ୍ଦର ଉପରେ ଆମର ନଜର ଥିଲା । ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତୀୟ ନୌସେନା ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନରେ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରି ଧ୍ୱଂସ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଯେଉଁଥିରେ ୯ ମେ’ ରାତିରେ କରାଚୀ ବନ୍ଦର ସମେତ ସମୁଦ୍ର ଏବଂ ସ୍ଥଳରେ ଥିବା ସାମରିକ ପ୍ରତିଷ୍ଠାନ ସାମିଲ ଥିଲା । ନୌସେନା ଏସବୁ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ, କିନ୍ତୁ କେବଳ ଭାରତ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା । ଅପରେସନ୍ ସିନ୍ଦୂର’ ଉପରେ ତିନି ସେନା ବାହିନୀ କମାଣ୍ଡରଙ୍କ ମିଳିତ ପ୍ରେସ୍ ବ୍ରିଫିଂକୁ ସମ୍ବୋଧିତ କରି ଭାଇସ୍ ଆଡମିରାଲ୍ ପ୍ରମୋଦ କହିଛନ୍ତି, “୨୨ ଏପ୍ରିଲରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ କାପୁରୁଷୋଚିତ ଆକ୍ରମଣ ପରେ, ଭାରତୀୟ ନୌସେନା ତୁରନ୍ତ ସମ୍ପୂର୍ଣ୍ଣ ଯୁଦ୍ଧ ପ୍ରସ୍ତୁତିରେ ସୈନିକ, ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ଲଢ଼ୁଆ ବିମାନକୁ ନିୟୋଜିତ କରିଥିଲା ।” ଆତଙ୍କବାଦୀ ଆକ୍ରମଣର ୯୬ ଘଣ୍ଟା ମଧ୍ୟରେ ଆମେ ଆରବ ସାଗରରେ ଆମର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧଜାହାଜର ପ୍ରସ୍ତୁତି ପରୀକ୍ଷା କରିଥିଲୁ । ଆମର ବାହିନୀ ଶତ୍ରୁ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଏବଂ କ୍ଷମତା ସହିତ ଉତ୍ତର ଆରବ ସାଗରରେ ମୁତୟନ ରହିଥିଲେ । ଯାହା ଦ୍ଵାରା କରାଚୀ ସମେତ ସମୁଦ୍ର ଏବଂ ସ୍ଥଳଭାଗରେ ଥିବା ଶତ୍ରୁଙ୍କ ଚୟନିତ ଲକ୍ଷ୍ୟସ୍ଥଳଗୁଡ଼ିକୁ ଆମେ ଠିକ କରିଥିବା ସମୟରେ ଆକ୍ରମଣ କରାଯାଇପାରିବ । ନୌସେନା ମହାନିର୍ଦ୍ଦେଶକ ଭାଇସ୍ ଆଡମିରାଲ ପ୍ରମୋଦ କହିଛନ୍ତି, ଭାରତୀୟ ନୌସେନା ପାକିସ୍ତାନର ଯେକୌଣସି କାର୍ଯ୍ୟର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ରହିଛି ।

LEAVE A REPLY

Please enter your comment!
Please enter your name here