ପଶ୍ଚିମବଙ୍ଗ ଟ୍ରେନି ଡାକ୍ତରରାଣୀ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):-: ପଶ୍ଚିମବଙ୍ଗ ଟ୍ରେନି ଡାକ୍ତରରାଣୀ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣାରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାୁଷ୍ଠାନ ଗ୍ରହଣ ପାଇଁ ଦେଶବ୍ୟାପୀ ଆନ୍ଦୋଳନ ତେଜିଛି। ଏହିକ୍ରମରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ପାରଳା ଯୁବ ସଂଘର ସଦସ୍ୟଙ୍କ ନେତୃତ୍ୱରେ ୧୦୫ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ପାରଳା ରଜନହର ସମ୍ମୁଖରେ ଉପସ୍ଥିତ ହୋଇ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ ପୂର୍ବକ ପୀଡ଼ିତା ତଥା ତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦନ ପାଇଁ ଦାବି କରୁଥିଲେ। ପରେ ପୋଲିସ୍ ଉପସ୍ଥିତିରେ ରଜନହର ରୁ କଲେଜ ଛକ ଦେଇ ପୁଣି ରଜନହର ଯାଏଁ ବିକ୍ଷୋଭ ଶୋଭାଯାତ୍ରା କରିଥଲେ।ଏହାର ନେତୃତ୍ୱ ନେଇଥିବା ପାରଳା ଯୁବ ସଙ୍ଘର ସମ୍ପାଦକ ରଞ୍ଜନ କୁମାର ଦାଶଙ୍କ କହିବା ଅନୁସାରେ, “ଦେଶରେ ଅତୀତରେ ଏଭଳି ଘଟଣା ବାରମ୍ବାର ଘଟୁଛି, ଯାହା ଦେଶବାସୀଙ୍କୁ ସ୍ତବ କରିବା ସହ ଦେଶର ଗରୀମାକୁ କ୍ଷୁର୍ଣ୍ଣ କରୁଛି। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା, ଦୁର୍ବଳ ଦଣ୍ଡ ବିଧାନ ଓ ତ୍ୱରିତ ବିଚାର ବ୍ୟବସ୍ଥା ଗ୍ରହଣ କରାନଯିବା କେଉଁଠି ନା କେଉଁଠି ଏହିଭଳି କୁତ୍ସିତ ମାନସିକତାକୁ ପ୍ରଶ୍ରୟ ଦେଉଛି।

ଏଣୁ ଏଭଳି କାଣ୍ଡ ଭିଆଇଥିବା ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ ପୂର୍ବକ ପୀଡ଼ିତା ତଥା ତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦନ ପାଇଁ ପାରଳା ଯୁବ ସଂଘ ପକ୍ଷରୁ ଦାବି କରୁଛି।” ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ପ୍ରମୁଖ ନେତୃତ୍ଵ ବୃନ୍ଦଙ୍କ ମଧ୍ୟରେ ରାକେଶ ସ୍ୱାଇଁ, ସୋନାଲି ବେବର୍ତ୍ତା, ଶିବାନୀ ନାୟକ, ଚନ୍ଦନ ଦାସ, ଦେବାଶିଷ ପଟ୍ଟନୟକ, ଶ୍ରୀଧର ପାଳ, ନିଳାଞ୍ଚଳ ପଣ୍ଡା, ମଣିଶଙ୍କର ପାଣଗ୍ରାହୀ, ଶିବାନନ୍ଦ ଗୌଡ଼, ହୃଷ୍ଟଚିତ୍ତ କରାଡ, ରାଜେଶ ନାହକ, ରାଜୀବ ଗୌଡ, ସଞ୍ଜୟ ଗୌଡ, ଭୁବନାନନ୍ଦ ବେହେରା, ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here