ନୂଆପଡ଼ାରେ ପୁଣି ବାଘ ଶିକାର, ଶିକାରୀ ଗିରଫ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲା ରେ ଅସୁରକ୍ଷିତ ଜାତୀୟ ପଶୁ । ଜିଲ୍ଲା ରେ ଜାତୀୟ ପଶୁ ର ବାରଂବାର ଶିକାର ହେଉଥିବା ବେଳେ ଶିକାରୀ ଗିରଫ ହେଉଛନ୍ତି ହେଲେ ବାଘ କୁ ସୁରକ୍ଷା ଦେବା ରେ ଫେଲ ମାରୁଛି ବନ ବିଭାଗ । ଗତ ଦୁଇ ରୁ ତିନି ବର୍ଷ ମଧ୍ୟ ରେ ଜିଲ୍ଲା ରେ ପ୍ରତ୍ୟେକ ମାସେ ଦୁଇ ମାସ ରେ ବାଘ ଛାଲ, ନଖ, ମାଂସ ଜବତ୍ ହୋଇ ଅଭିଯୁକ୍ତ ମାନେ ଗିରଫ ହେଉଛନ୍ତି । ହେଲେ ଶିକାରୀ ଙ୍କ ସଂଖ୍ୟା କମିବା ବଦଳ ରେ ବଢି ବଢ଼ି ଚାଲିଛି । ଗତ ଏକ ମାସ ତଳେ ଖଡ଼ିଆଳ ଦାବ୍ରି ଗାଁ ରୁ ବାଘ ଛାଲ, ନଖ ସହ ବିଭିନ୍ନ ପଶୁ ପକ୍ଷୀ ତ୍ ଅଙ୍ଗ ପ୍ରତ୍ୟଙ୍ଗ କୁ ଜବତ୍ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି ଆଉ ଏକ ବାଘ ହତ୍ୟା ର ଖବର ସାମ୍ନା କୁ ଆସିଛି କୋମନା ରେଞ୍ଜ ଅଞ୍ଚଳ ରୁ । ଏଥିରେ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇ ରୁ ତିନି ଜଣ ଫେରାର ଥିବା ଖଡ଼ିଆଳ ଏସିଏଫ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ସୁନାବେଡ଼ା ଅଭୟାରଣ୍ୟ ଦେଓଧରା ଗାଁ ନିକଟସ୍ଥ ଜଙ୍ଗଲ ରେ ଶିକାରୀ ମାନେ ବିଦ୍ୟୁତ୍ ତାର ଖଞ୍ଜି ବାଘ୍ କୁ ହତ୍ୟା କରିଥିଲେ । ବାଘ ହତ୍ୟା ପରେ ତାର ମାଂସ କୁ ପୋଡ଼ି ଖାଇଥିଲେ । ବିଶେଷ ସୂତ୍ରରୁ ବନ ବିଭାଗ ଖବର ପାଇ ଦେଓଧରା ଗାଁ ର କିଛି ଘରେ ଚଢ଼ାଉ କରିଥିଲା । ଚଢାଉ ସମୟରେ ବାଘ ଛାଲ, ଲାଞ୍ଜ, ମାଂସ ସହ ବାରାହ ମାଂସ କୁ ଜବତ କରି ଦୁଇ ଜଣ ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ରୁ ତିନି ଜଣ ଫେରାର ହୋଇ ଯାଇଥିଲେ । ବର୍ତ୍ତମାନ ଗିରଫ ଦୁଇ ଅଭିଯୁକ୍ତ ଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ACF ମହମ୍ମଦ ସାଲେହା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here