What is the reason behind Kalimad?

0
Oplus_131072

 କାଳିମାଡ ପଛର କାରଣ?

 ଶରତଙ୍କୁ କିଏ କଲା କାଳିମାଡ

 କଂଗ୍ରେସ ଭବନରେ ପଶିଥିବା ଯୁବକ କାହାର ସମର୍ଥକ?

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସବୁ ସୀମା ଡେଇଁଗଲେ ବିଦ୍ରୋହୀ । ସଂଘବଦ୍ଧ ହୋଇ କଂଗ୍ରେସ ଭବନକୁ ଧସେଇ ପଶିଲେ ପିସିସି ସଭାପତିଙ୍କ ଚାମ୍ବରରେ ପଶି କାଳି ମାଡ କଲେ ଓ ତାଙ୍କ ବିରୋଧରେ ନାରାବାଜି ବି କଲେ ।ନିଟ୍ ଅନିୟମିତତା ନେଇ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟ ସଭାପତି ପାର୍ଟି ଅଫିସ୍‌ରେ ପହଞ୍ଚିଥିଲେ। ତେବେ ବିକ୍ଷୋଭ ପୂର୍ବରୁ କିଛି ବିଦ୍ରୋହୀ କଂଗ୍ରେସ କର୍ମୀ ଏଭଳି କାଣ୍ଡ ଭିଆଇଥିଲେ। କାଳିମାଡ଼ ସତ୍ତ୍ୱେ କାଳି ଭିଜା ପୋଷାକରେ ବିକ୍ଷୋଭ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପିସିସି ସଭାପତି। ଏ ନେଇ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପିସିସି ସଭାପତି ।

ବିଜେପିକୁ ଟାର୍ଗେଟ କରି ଶରତ ପଟ୍ଟନାୟକ କହିଛନ୍ତି, ଆନ୍ଦୋଳନକୁ ପ୍ରତିହତ କରିବାକୁ ଦୁର୍ବୃତ୍ତଙ୍କୁ ମାଧ୍ୟମ କରାଯାଇଛି ।ତେବେ କାହିଁକି ହେଲା ପିସିସି ସଭାପତିଙ୍କୁ କାଳି ମାଡ଼ ? କଣ ଏହା ପଛର କାରଣ ? ପ୍ରକୃତରେ କେଉଁମାନେ କାଳିମାଡ଼ କରିଛନ୍ତି ? ଏସବୁକୁ ନେଇ ଚାଲିଛି ଘଣ୍ଟାଚକଟା। ରାଜନୀତି ସମୀକ୍ଷକଙ୍କ ମତରେ- ୨୦୨୪ ନିର୍ବାଚନରେ ଟିକେଟ୍ ବଣ୍ଟନରେ ଅନିୟମିତତା, ବାରମ୍ବାର ଟିକେଟ୍ ପରିବର୍ତ୍ତନ ଓ ୯ ରୁ ୯୦ ମିଶନ ଫେଲ୍ ପଛରେ ପିସିସି ସଭାପତିଙ୍କ ବିରୋଧରେ ଦଳୀୟ ନେତା ଓ କର୍ମୀଙ୍କ ଅସନ୍ତୋଷ ତେଜିଛି। ଯେଉଁଥିପାଇଁ ଦଳ ଭିତରେ ଥିବା ବିଦ୍ରୋହୀ ହିଁ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି।

LEAVE A REPLY

Please enter your comment!
Please enter your name here