ଜାନୁଆରି ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟରେ ଜାନୁଆରି ପହିଲା ଅର୍ଥାତ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ଗହମ ମିଳିବ। ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି। କେଉଁ ଜିଲ୍ଲା ପାଇଁ କେତେ ଗହମ ଆବଶ୍ୟକ ତାହାର ହିସାବ ଜିଲ୍ଲା ଅଧିକାରୀ ଦେବେ ।ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ। ଏସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଇ-କେୱାଇସି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚିଛି। ପାଖାପାଖି ୮୫ ପ୍ରତିଶତ ଲୋକଙ୍କ ଇ-କେୱାଇସି ପ୍ରକ୍ରିୟା ସରିଲାଣି।୧୫ ଦିନ ଭିତରେ ଇ-କେୱାଇସି ପ୍ରକ୍ରିୟା ଶେଷ ହେବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here