ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅସାବଧାନତାରୁ ଦେହରେ ନିଆଲାଗି ଛାତ୍ରୀ ଜଣକ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହା ବିଦ୍ୟାଳୟର ଛାତ୍ରୀନିବାସରେ । ଛାତ୍ରୀ ଜଣକ ହେଲେ ନବିନା ନାଏକ ଯୁକ୍ତ 3 ବିଜ୍ଞାନ ଶେଷ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି । ଘଟଣାଟି କିଛି ଏମିତି, ଯେ ଗତକାଲି ବିଳମ୍ବିତ ରାତିରେ ନିଜ ରୁମରେ ସମସ୍ତେ ସୋଇଥିବା ସମୟରେ ମସାଧୁପ ଲଗାଇବା ପାଇଁ ସେ ଉଠି ଧୂପ ଲଗାଇବା ସମୟରେ ପ୍ରଥମେ ନିଜ ଚୁଟିରେ ନିଆ ଲାଗିଥିଲା, ଚାହୁଁଚାହୁଁ ପିନ୍ଧିଥିବା ବସ୍ତ୍ରରେ ଭି ନିଆଁ ଲାଗିଗଲା, ଏହାପରେ ତରବରିଆ ହୋଇ ନିଜେ ବାଥରୁମ ଯାଇ ପାଣିଢାଳି ହୋଇଥିଲେ । ଏହାପରେ ନିଜ ସହପାଠୀଙ୍କୁ ଜଣାଇବା ସହ ହଷ୍ଟେଲ ୱାର୍ଡନଙ୍କୁ ଜଣାଇଥିଲେ । ଏହା ପରେ ଆହତ ଛାତ୍ରୀଙ୍କୁ ପାରଳାଖେମୁଣ୍ଡି ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ବର୍ତ୍ତମାନ ନବିନାଙ୍କ ଚିକିତ୍ସା ଚାଲିଛି । ସ୍ବାସ୍ତ୍ୟ ଅବସ୍ଥା ସ୍ଥିର ଥିବା ନବିନାଙ୍କ ସହପାଠୀ ,ଅଭିଭାବକଓ ହଷ୍ଟେଲ ୱାର୍ଡନ ସୂଚନା ଦେଇଛନ୍ତି ।